ପଟ୍ଟାମୁଣ୍ଡାଇ ଗୋରକ୍ଷକଙ୍କ ବିରୋଧରେ ମିଥ୍ୟା ମକ୍କଦ୍ଦମା ପ୍ରତ୍ୟାହାର ଦାବି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାର ପଟ୍ଟାମୁଣ୍ଡାଇ ଗୋରକ୍ଷକଙ୍କ ବିରୋଧରେ ହୋଇଥରବା ମିଥ୍ୟା ମକ୍କଦ୍ଦମାକୁ ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି। ଏ ନେଇ ଶନିବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚଳିତମାସ ୨୮ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତଗର୍ତ ନୂଆଗାଁ ମୈାଜରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେକ ଗୋଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତି ୩ ଗୋଟି ଷଣ୍ଡ ଓ ବାଛୁରିକୁ ଗାଡିରେ ଚୋରାଇ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ଗ୍ରାମର ବ୍ୟକ୍ତିମାନେ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ। ଷଣ୍ଢ ଓ ବାଛୁରୀ ନେଇ ଯାଉଥିବା ବ୍ୟକ୍ତିମାନେ ଉକ୍ତ ଗାଡିରେ ଆଣିିଥିବା ଖଣ୍ଡା, ଭୁଜାଲି, କଟୁରି ଓ ଲୁହା ରଡରେ ଗାଡି ଅଟକାଉଥିବା ଲୋକମାନଙ୍କୁ ଆକ୍ରମଣ କରିବାରୁ ସଞ୍ଜିବ ରାଉତ ଆକ୍ରମଣରେ ଅଘାତ ପ୍ରାପ୍ତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର କେତେକ ଲୋକ ସଞ୍ଜିବକୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇରମହମ୍ମଦ ପପୁ ନାମକ ଯୁବକ ସହିତ ୨୦/୨୫ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ହାତରେ ମାରଣାସ୍ତ୍ର ଧରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସିତ ହେଉଥିବା ଗୋରକ୍ଷକ ସଞ୍ଜିବ ରାଉତକୁ ଆକ୍ରମଣ କରି ପୋଲିସ ଉପସ୍ଥିତରେ ଡାକ୍ତରଖାନାରୁ ଜୋରଜବରଦସ୍ତ ପଟ୍ଟାମୁଣ୍ଡାଇ ସ୍ଥିତ ବସ୍ତିକୁ ଟେକିନେଇ ଯାଇଥିଲେ । ସେଠାରେ ସଞ୍ଜିବକୁ ବିଭିନ୍ନ ପ୍ରକାର ମରଣାସ୍ତ୍ରରେ ଆଘାତ କରି ଜୀବନରେ ତାକୁ ମାରିଦେବାକୁ ଚେଷ୍ଟା କରିଥିଲେ। ସୂଚନା ପାଇ ବଜରଙ୍ଗ ଦଳର ସଦସ୍ୟମାନେ ପହଞ୍ôଚ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଆସିିଥିଲେ । ଡାକ୍ତର ସଞ୍ଜିବକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲେ । ବର୍ତ୍ତମାନ ସଞ୍ଜିବ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଉକ୍ତ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକମାନେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ଗୋରକ୍ଷକ ସେବାକରୀ ଅନ୍ୟ ଯୁବକମାନଙ୍କୁ ମାଡମାରି ଓ ଧାରୁଆ ଅସ୍ତ୍ରରେ ଅକ୍ରମଣ କରିବା ସହ ସାଂପ୍ରଦାୟିକ ଦଙ୍ଗା କରିବାକୁ ଖୋଲାଖୋଲି ଧମକ ଦେଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ପୋଲିସ ଅଧିକାରୀମାନେ ମହମ୍ମଦ ପପୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । କିନ୍ତୁ ଗୋରକ୍ଷକମାନଙ୍କ ବିରୋଧରେ ମିଥ୍ୟା ମକ୍କଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରି ଜେଲକୁ ପଠାଇଦେଇଛନ୍ତି । ପଟ୍ଟାମୁଣ୍ଡାଇ ଥାନାଅଧିକାରୀ ବନ୍ଦନା ପାତ୍ର ଓ ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ସମେତ କେତେକ ପୋଲିସ କର୍ମଚାରୀ ଷଡଯନ୍ତ୍ରକାରୀଙ୍କ ଚକ୍ରାନ୍ତରେ ପ୍ରଭାବିତ ହେଉଥିବାରୁ ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଥାନାରୁ ଅନ୍ୟତ୍ର ବଦଳି କରାଯାଉ। ଏଥିସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମିଥ୍ୟା ମକ୍କଦ୍ଦମାରେ ଜେଲ ଯାଇଥିବା ଗୋରକ୍ଷକ ମାନଙ୍କୁ ତୁରନ୍ତ ମୁକ୍ତି କରାଯାଉ । ସଂଖ୍ୟାଲଘୁ ସଂପ୍ରଦାୟର ଯୁବକମାନଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସାଂପ୍ରଦାୟିକ ଦଙ୍ଗା ହେବାର ଆଶଙ୍କା ଥିବାରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ କେନ୍ଦ୍ରାପଡା ବଜରଙ୍ଗ ଦଳ ବାଧ୍ୟ ହୋଇ ଏହାର ପ୍ରତିବାଦ କରିବ । ଯଦି ଏଥିପାଇଁ ଆଇଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ବଜରଙ୍ଗ ଦଳ ଏଥିପାଇଁ ଦାୟୀ ରହିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବିରେନ୍ଦ୍ର କୁମାର ସାମଲ, ଗୋପିନାଥ ତ୍ରିପାଠୀ, ପ୍ରଭାତ ଦାସ, ରଞ୍ଜିତ ଲେଙ୍କା, ପ୍ରଦୀପ୍ତ କିଶୋର ନାୟକ, ସନ୍ତୋଷ କୁମାର ସାହୁ, ଉଦିତ ପ୍ରସାଦ ଲେଙ୍କା, ମକର ଚନ୍ଦ୍ର ସାହୁ ପ୍ରମୁଖ ଶତାଧିକ ଯୁବକ ଉପସ୍ଥିତ ଥିଲେ।