ସମଣା ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହାରିଲୁଟ, ତଦନ୍ତ କଲେ ଉଚ୍ଚ କର୍ତ୍ତୃପକ୍ଷ

ହାଟଡିହି,(ବିକାଶ ବିଶ୍ୱାଳ): ସରକାର ପୋଷ୍ଟ ଅଫିସ ଗୁଡିକୁ ରୂପାନ୍ତରିତ କରି ଅତ୍ୟାଧୁନିକ ସେବା ଯୋଗାଇବାକୁ ଯୋଜନା ମାନ କରୁଥିବା ବେଳେ କିଛି ପୋଷ୍ଟ ମାଷ୍ଟରଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ପୋଷ୍ଟ ଅଫିସ ଉପରୁ ଲୋକମାନେ ଅସ୍ଥା ହରାଉଛନ୍ତି। ହାଟଡିହି ବ୍ଲକ ସମଣା ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ପୋଷ୍ଟ ଅଫିସରେ ଗୋବିନ୍ଦପୁର, ସମଣା, ଦୁଡୁଗାଁ, ମରୁଆ, କୁଆଡ ପ୍ରଭୃତି ଗ୍ରାମpର ଲୋକମାନେ ନିର୍ଭର କରିଥାନ୍ତି। ସରକାର ପୋଷ୍ଟ ଅଫିସ ମାଧ୍ୟମରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଘୋଷଣା କରିବା ପରେ ଲୋକମାନେ ବିଶ୍ୱାସ ର ସହ ପୋଷ୍ଟ ଅଫିସରେ ବିଭିନ୍ନ ଜମା ଖାତା ଖୋଲି ଟଙ୍କା ଜମା କରିଥିଲେ। ମାତ୍ର ଏବେ ଜମା ଖାତାରେ ଟଙ୍କା ନଥିବା ଜାଣିବା ପରେ ଜମାକାରୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାରୁଆ ଗ୍ରାମର ସଞ୍ଜୟ କୁମାର ନାୟକ ଗତ ୨୦୧୨ ମସିହାରୁ  ଜମା ଖାତା ଖୋଲି ବର୍ଷକୁ ୨୮୧୨ଟଙ୍କା ଲେଖାଏଁ ଜମା କରି ଆସୁଛନ୍ତି। କିନ୍ତୁ ତାଙ୍କ ଜମା ଖାତାରେ ୨୦୧୮ ପର୍ଯ୍ୟନ୍ତ ଟଙ୍କା ଅଛି। ୨୦୧୮ପରେ ତାଙ୍କ ଆକାଉଣ୍ଟ ରେ ଆଉ ଟଙ୍କା ଜମା ହୋଇନି। ତାଙ୍କର ମୋଟ ୨୭୪୬୨ଟଙ୍କା ହଡ଼ପ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଅନେକ ଥର କେନ୍ଦୁଝର ମୁଖ୍ୟ ଡାକଘରକୁ ଯାଇ ସୂପରିଟେଣ୍ଡେଣ୍ଟ ଙ୍କୁ ଭେଟି ଅଭିଯୋଗ କରିବା ସହ ଆନନ୍ଦପୁର ପୋଷ୍ଟ ଅଫିସକୁ ଯାଇ ଅଭିଯୋଗ କରିଛନ୍ତି। ସେହିପରି ଗୋବିନ୍ଦପୁରର ଅନନ୍ତ ସେନାପତିଙ୍କ ୯୦ହଜାର ଟଙ୍କା ହଡ଼ପ ହୋଇଥିବା ବେଳେ ସେହି ଗ୍ରାମର ସ୍ବର୍ଗତ ପ୍ରତାପ ନାୟକଙ୍କ ୪୦ହଜାର ଟଙ୍କା ହଡ଼ପ ହୋଇଛି। ସେହିପରି ସମଣାର ଶାନ୍ତିଲତା ନନ୍ଦ , ଗୀତାଞ୍ଜଳୀ ନନ୍ଦ , କମଳ ଲୋଚନ ନନ୍ଦ, ବଙ୍କା ମାଝୀଙ୍କ ସମେତ ୨୫ରୁ ଊର୍ଦ୍ଧ୍ବ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଆଜି ଡାକ ବିଭାଗ ପକ୍ଷରୁ ଜଣେ ଅଧିକାରୀ ତଦନ୍ତ ପାଇଁ ଆସିଥିବା ବେଳେ ବାହାରେ ଜମାକାରୀ ମାନେ ସେମାନଙ୍କ ଟଙ୍କା କିପରି ଫେରି ପାଇବେ ସେନେଇ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଥିଲା। ତଦନ୍ତକାରୀ ଅଫିସର ଅର୍ଥ ହଡ଼ପକୁ ସ୍ବୀକାର କରିବା ସହ କାର୍ଯ୍ୟାଳୟରେ ଭିନ୍ନ ତାଲା ପକାଇ ଯାଇଥିବା କହିଛନ୍ତି। ଅନ୍ୟ ପୋଷ୍ଟ ମାଷ୍ଟର ଙ୍କୁ ଦାୟିତ୍ୱ ଦିଆ ଯାଇଛି ସେ ଅସି କାର୍ଯ୍ୟାଳୟ ଚଳାଇବେ ବୋଲି ଲୋକଙ୍କୁ କହିଛନ୍ତି। ତଦନ୍ତ ଚାଲିଛି, ସରିଲେ କେତେ ଟଙ୍କା ହଡପ ହୋଇଛି ତାହା ଜଣା ପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ଶୁକଦେବ ଜେନାଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଟେଲିଫୋନ ସୁଇଜ୍ ଅଫ କରିଥିବାରୁ ମତାମତ ନିଆଯାଇ ପାରି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ