ସାଂସଦଙ୍କ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

ଆସିକା,(ୱାଇଏନ୍‍ଏସ୍‍): ସାଂସଦ ଅନିତା ଶୁଭଦର୍ଶିନୀ ସୋମବାର ଅପରାହ୍ନରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସାଙ୍ଗକୁ ରୋଗୀଙ୍କୁ ଉତ୍ତମ ବ୍ୟବହାର ଓ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ନିିଷ୍ଠାର ସହ ଦାୟିତ୍ୱ ସଂପାଦନ କରିବା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି । ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ଆଶୁ ଚିକିତ୍ସା କେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ, ନିରାମୟ ଔଷଧ ବିତରଣ କେନ୍ଦ୍ର, ଚିକିତ୍ସା ସେବା, ରୋଗୀସେବା, ରୋଗୀ ଶଯ୍ୟା କକ୍ଷ, ସେବିକା କକ୍ଷ, ଡାକ୍ତର କକ୍ଷ ସମେତ ବିଭିନ୍ନ ବିଭାଗକୁ ପରିଦର୍ଶନ କରିବା ସାଙ୍ଗକୁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ସହ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମହାପ୍ରୟାଣ ସେବା କାର୍ଯ୍ୟକାରୀ କରିବା, ରୋଗୀଙ୍କୁ ଇସିଜି ସେବା ଯୋଗାଇଦେବା ପାଇଁ ଟେକନିସିଆନ୍‍ ନିଯୁକ୍ତି, ଖାଲି ପଡିଥିବା ଡାକ୍ତର ଓ ନର୍ସିଂ କର୍ମଚାରୀ ପଦବୀ ପୂରଣ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିବା ଜଣାପଡିଛି । ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ଉପଖଣ୍ଡ ଚିକିତ୍ସାଳୟକୁ ଏହି ଗସ୍ତ ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା, ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ଆଦିତ୍ୟ ପ୍ରିୟଦର୍ଶୀ ଦାଶ, ଡାକ୍ତର ନିଶିକାନ୍ତ ପଣ୍ଡା, ଡାକ୍ତର ସତୀଶ୍‍ କୁମାର ପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ ସମୟରେ ଏନ୍‍ଏସି କାଉନସିଲର ସରୋଜ କୁମାର ଭଂଜ ଓ ରାଘବ ସିୟ, ବିଜେପି ନେତା ବାଲାଜୀ ପ୍ରଧାନ, ମନୋଜ କୁମାର ନାହାକ, ସୁରଜ ସେଠୀଙ୍କ ସମେତ ବହୁ ଦଳୀୟ ନେତା ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । (ଫଟୋ ଯାଇଛି, ଫଟୋ ଜରୁରୀ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ