ସହରାଞ୍ଚଳରେ ବୁଲିଲା ବିକାଶ ବାହନ

 ଛତ୍ରପୁର (ଓ୍ବାଇଏନଏସ): ରାଜ୍ୟରେ ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହିଅବସର ରେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପକ୍ଷ ରୁ ସୁସଜ୍ଜିତ ବିକାଶ ବାହନକୁ  ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ  ଡୁଡା ପିଡି ଦେବଦତ୍ତ ପଣ୍ଡା ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ | ଏହି ରଥ ଚଳିତ ମାସ ୨୧ ତାରିଖ ପ୍ରଯ୍ୟନ୍ତ ଗଞ୍ଜାମ ଜିଲ୍ଲା ର ସମସ୍ତ ସହରାଞ୍ଚଳ ବୁଲି ସରକାର ଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବଦ୍ଧରେ ଲୋକଙ୍କୁ ଅବଗତ କରିବା ସହ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ । ବିଭିନ୍ନ ଜନକଲ୍ୟାଣ ସେବା ଗୁଡିକୁ ପହଂଚାଇବା ଏହି ବିକାଶ ବାହନର ମୂଳ ଲକ୍ଷ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି | ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଇଓ ପ୍ରସନ୍ନ କୁମାର ଦାଶଙ୍କ ସମେତ ଡୁଡା କାର୍ଯ୍ୟାଳୟ ଓ ଛତ୍ରପୁର ଏନଏସି ର କର୍ମ ଚାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ