ନୂଆବର୍ଷ ପାଇଁ ଛେନାପଦି ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି

ହାଟଡ଼ିହି, (ଓ୍ବାଇଏନଏସ): ନୂତନବର୍ଷର ଆରମ୍ଭରେ ଆଜି ଛେନାପଦି ଛକରେ ଥିବା ମା’ବିଶ୍ଵ ତାରିଣୀଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା I ଆଜି ମା ଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ସକାଳେ ମା’ଙ୍କ ପହଡ ଖୋଲିବାପରେ ସକାଳଧୂପ ଓ ମଙ୍ଗଳ ଆଳତୀ ପରେ ଶ୍ରଦ୍ଧାଳୁ ମାନେ ନୂଆ ବର୍ଷର ନୂଆ ସକାଳରେ ମାଙ୍କୁ ଦର୍ଶନ କରି ଜଗତର କଲ୍ୟାଣ ନିମିତ୍ତ ମା ଙ୍କ ନିକଟରେ ପୂଜାର୍ଚନା କରି ଆଶିଷ ଭିକ୍ଷା କରିଥିଲେ । ଅନେକ ଶ୍ରଦ୍ଧାଳୁ ମାଙ୍କ ନିକଟରେ ମାନସିକ କରି ଗୁଆ ଚଢ଼ାଇଥିବା ଦେଖିବାକୁ ମିଳିଥିଲା। ମନ୍ଦିର ପରିସରରେ ଥିବା ବିଶେଶ୍ଵର ମହାଦେବ ଓ ଶନି ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ ଜମିଥିଲା। ନୂଆବର୍ଷ ପାଇଁ ଦିନତମାମ ଗହଳି ଲାଗି ରହିଥୁଲା ବେଳେ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଖାଲି ଏହି ମନ୍ଦିର ନୁଁହ ହାଟଡିହି ବ୍ଲକର ସବୁ ଦେବାଳୟ ମାନଙ୍କରେ ଆଜି ଭିଡ ପରିଲକ୍ଷିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ