ପଧାନପଡା ସେବା ସମବାୟ ସମିତିରେ ଖୋଲିଲା ଧାନମଣ୍ଡି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ପଧାନପଡା ସେବା ସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ପୂଜା କାର୍ଯ୍ୟରେ ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ ସଂକଳ୍ପ କରିଥିଲେ । ପୂଜକ ନାରାୟଣ ଚନ୍ଦ୍ର ଦ୍ୱିବେଦୀ ଓ ବିଷ୍ଣୁ ମୋହନ ଦାଶ ପୂଜାର୍ଚ୍ଚନା କରିଥିଲେ । ଏଥିରେ ଅତିଥି ଭାବେ ରାଜ୍ୟ ଧାନ ପ୍ରକ୍ରିୟାକରଣ କମିଟିର ସଭାପତି ମହେଶ୍ୱର ସାହୁ, ଜିଲା କମିଟିର ସଦସ୍ୟ ଶଙ୍କର୍ଷଣ ଜେନା, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ସରପଞ୍ଚ ରଜନୀ ସେଠୀ, ଗ୍ରାମ୍ୟ କୃଷି କର୍ମଚାରୀ ବିମ୍ବାଧର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମିତିର ସଭାପତି ସେକ୍ କଦମ୍‌, ଉପସଭାପତି ଗୀତାଞ୍ଜଳୀ ଜେନା, ପରିଚାଳନା ପରିଷଦର ସଦସ୍ୟ ହୃଷିକେଶ ସାହୁ, ମୋହନ ଚରଣ ସାହୁ, କିଶୋର କୁମାର ବେହେରା, ଉଚ୍ଛବ ଚରଣ ଜେନା, ବିରଞ୍ôଚ ନାରାୟଣ ସାହୁ, ଅଜୟ ଦାସ, ଗୟାଧର ମାଝୀ, ନାରାୟଣ ସେନାପତି, ହରେକୃଷ୍ଣ ଜେନା, ମନସୁର ଅଲ୍ଲୀ, କୈଳାସ ବାରିକ, ପ୍ରତାପ ମୁଦୁଲି, ଚାଷୀ କମିଟିର ସଭ୍ୟ ହରେକୃଷ୍ଣ ସେନାପତି, ଅନନ୍ତ ଦାସ, ଉମାକାନ୍ତ ସାହୁ, ସୁକାନ୍ତ ସେଠୀ, ମୀର ବସିରୁଦ୍ଦୀନ, ସନତ କୁମାର ସାହୁ, ଚାଷୀ ମଣିଭଦ୍ର ବିଶ୍ୱାଳ, ସଚ୍ଚିଦାନନ୍ଦ ନାୟକ, ନାରାୟଣ ଚନ୍ଦ୍ର ଦାଶ, ସୁରେଶ ଦ୍ୱିବେଦୀ, ଦୀଲିପ ତରେଇ, କେଶବ ସ୍ୱାଇଁ, ରମେଶ ଜେନା, ପ୍ରଦୀପ ସାହୁ, ଭାଗିରଥି ସ୍ୱାଇଁ, ଗୋପାଳ ବାରିକ, ରାମ ଚନ୍ଦ୍ର ରାଉତ, ବିଚିତ୍ର ଖିଲାର, ଅନିରୁୁଦ୍ଧ ଜେନା, ସେକ୍ ସାବୀର ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ଶ୍ରୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍ମଚାରୀ ଭୂପତି କୁମାର ସ୍ୱାଇଁ, ଅନୀଲ କୁମାର ପାତ୍ର, ଦିବାକର ବେହେରା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ