ଆବର୍ଜ୍ଜନା ମୁକ୍ତ ସହର ଭାବେ ପୁରସ୍କୃତ ହେଲା ଦିଗପହଣ୍ଡି

ଦିଗପହଣ୍ଡି(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ସହର  ଆବର୍ଜ୍ଜନା ମୁକ୍ତ ସହର ଭାବେ ଜାତୀୟ ସ୍ତରରେ ରେଙ୍କିଂ ହାସଲ କରିଛି। ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଗପହଣ୍ଡି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ ସାନିଟାରୀ ଏକ୍ସପାର୍ଟ ସ୍ୱାଗତିକା ପାତ୍ର ଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ଵତନ୍ତ୍ର ଉତ୍ସବ ରେ ପୁରସ୍କୃତ କରିଛନ୍ତି।  ଦିଗପହଣ୍ଡି ଏନ୍ଏସିର ୧୧ ଗୋଟି ୱାର୍ଡ ରହିଥିବା ବେଳେ ବିଭିନ୍ନ ସମୟରେ ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ସଫେଇ କର୍ମଚାରୀ ମାନେ ସହରରୁ ଅଳିଆ ଆବର୍ଜ୍ଜନାକୁ ହଟାଇ ଏକ ସୁନ୍ଦର ପରିବେଶରେ ଗଢିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ଜିଲ୍ଲା ର ବିଭିନ୍ନ ଏନ୍ ଏସି ୩ ଷ୍ଟାର ରେଟିଙ୍ଗରେ ସଫଳତା ପାଇ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ