ଦିଗପହଣ୍ଡି ଓକିଲ ସଂଘ ନିର୍ବାଚ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି।ଓକିଲ ସଂଘ ର ସଭାପତି ଭାବେ ହୃଦୟ ରଞ୍ଜନ ମେକାପ ତାଙ୍କ ପ୍ରତିପକ୍ଷ ଏ.ସୋମେଶ୍ୱର ରାଓ ଙ୍କୁ ୧୦ ଖଣ୍ଡ ଭୋଟ ବ୍ୟବଧାନ ରେ ପରାଜିତ କରି ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସୁକାନ୍ତ କୁମାର ପ୍ରଧାନ ତାଙ୍କ ପ୍ରତିପକ୍ଷ ସଞ୍ଜୟ କୁମାର ପଣ୍ଡା ଙ୍କୁ ୧୭ ଖଣ୍ଡ ଭୋଟ ବ୍ୟବଧାନ ରେ ପରାଜିତ କରି ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସନ୍ତୋଷ କୁମାର ସାହୁ ପ୍ରତିପକ୍ଷ କୁରେଶୁ ପଣ୍ଡା ଙ୍କୁ ମୋଟ ୮ ଖଣ୍ଡ ଭୋଟ ବ୍ୟବଧାନ ରେ ପରାଜିତ କରି ନିର୍ବାଚିତ ହୋଇଛନ୍ତି। ସହ – ସମ୍ପାଦକ ପଦବୀ ରେ ରବିଚନ୍ଦ୍ର ଗୌଡ଼ ତାଙ୍କ ପ୍ରତିପକ୍ଷ ଜୟକୃଷ୍ଣ ମହାପାତ୍ର ଙ୍କୁ ୧୨ ଖଣ୍ଡ ଭୋଟ ବ୍ୟବଧାନ ରେ ପରାଜିତ କରି ନିର୍ବାଚିତ ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ସିମାଞ୍ଚଳ ପ୍ରଧାନ ଅପ୍ରତିଦ୍ଵନ୍ଦୀ ଭାବେ କୋଷାଧ୍ୟକ୍ଷ ପଦବୀ ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ଵଜ ସିଂହ ଏବଂ ସହକାରୀ ନିର୍ବାଚନ ଅଧିକାରୀ ନୀଳ ମାଧବ ରଥ ଜଣାଇଛନ୍ତି। ନବନିର୍ବାଚିତ ଓକିଲ ସଂଘ କର୍ମକର୍ତ୍ତା ମାନଙ୍କୁ ସଂଘର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।


