ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହ ରେ ବୁଧବାର ବ୍ଳକସ୍ତରିୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ  ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ତହସିଲଦାର ସନ୍ତୋଷ କୁମାର ସାହୁ,ସିଡିପିଓ ପୁଷ୍ପାଞ୍ଜଳି ଶତପଥି, ଭାରପ୍ରାପ୍ତ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଭୂଦତ୍ତ ମିଶ୍ର , ଜିପିଡିଓ ଉମେଶ ସେଠୀ,ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ଙ୍କ ସମେତ ବ୍ଳକର ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା , ବାତ୍ୟା ଭଳି ଦୈବୀ ଦୁର୍ବିପାକ କିମ୍ବା ଅଗ୍ନିକାଣ୍ଡ ସମୟରେ ପ୍ରଭାବିତ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ନଦୀ ନାଳରେ ବନ୍ୟାଜଳ ବୃଦ୍ଧି ପାଇବା ସମୟରେ ନଈ କୂଳିଆ ଲୋକଙ୍କୁ  ବିଶେଷ କରି ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କୁ ସଜାଗ ରହିବା ନିମନ୍ତେ ସଚେତନତା କରାଇବା , ଆବଶ୍ୟକ ସ୍ଥଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ନିରାପଦ ସ୍ଥାନ ତଥା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କିପରି କରିପାରିବା ସେ ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସ୍ବାସ୍ଥ୍ୟ , ଶିକ୍ଷା , କୃଷି , ଜଳ ଓ ପରିମଳ , ତହସିଲ , ଅଗ୍ନିଶମ , ଦିଗପହଣ୍ଡି ଓ କେ. ନୂଆଗାଁ ଥାନା , ସମନ୍ଵିତ ଶିଶୁ କଲ୍ୟାଣ , ବନବିଭାଗ , ଘୋଡାହାଡ ଜଳସେଚନ , ଛେଳିଗଡ କେନାଲ ଡିଭିଜନ ସମେତ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ