ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବହୁ କାଉନସିଲର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ଆସିକା,(ୱାଇଏନଏସ):ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନୟନ ବିଭାଗର ଆର୍ଥିକ ଅନୁଦାନରେ ଆସିକା ମୁନି୍ସପାଲଟି ଅଧିନସ୍ଥ ଚାରୋଟି ୱାର୍ଡରେ ରବିବାର ଅପରାହ୍ନରେ ହୋଇଥିବା ବହୁ ଉନୟନ ମୂଳକ କାର୍ଯ୍ୟକ୍ରମରେ ପ୍ରାୟ ଦଶରୁ ଉର୍ଦ୍ଧ କାଉନସିଲର ଅନୁପସ୍ଥିତି ରହିବା ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଥିବା ଲକ୍ଷ୍ୟ କରାଯାଇଛି, ଆସିକା ମୁନି୍ସପାଲଟି ଅଧିନସ୍ଥ ଚାରୋଟି ୱାର୍ଡ ରେ ରବିବାର ଅପରାହ୍ନରେ ହୋଇ ଥିବା ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୂର୍ବରୁ କାଉନସିଲର ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେଉଁ କାରଣରୁ ବହୁ ୱାର୍ଡର କାଉନସିଲର ଅନୁପସ୍ଥିତ ରହିଲେ ତାହାକୁ ନେଇ ନାନା କଥା ଚର୍ଚ୍ଚା ହେଉଥିଲା ବେଳେ ଏହାର ପ୍ରଭାବ ଆଗାମୀ ଆସିକା ମୁନି୍ସପାଲଟି ନିର୍ବାଚନରେ ପଡିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି, ଏପରିକି ଉନୟନ ମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ହୋଇଥିବା କେତେକ କାମର ସୂଚନା ଫଳକରେ ସମ୍ପୂକ୍ତ ୱାର୍ଡ କାଉନସିଲରଙ୍କ ନା ମଧ୍ୟ ରଖା ନ ଯିବା ଘଟଣାକୁ ନେଇ କେତେକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି.


