ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଦେଶ ଅବମାନନା: ବୁଥସ୍ତରୀୟ ଅଧିକାରୀ ନିଲମ୍ବିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଦେଶ ଅବମାନନା ଯୋଗୁଁ କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୩୯ / ଇଲେକ୍ସନ ପ୍ରକାରେ ଭୋଟଗ୍ରହଣ କେନ୍ଦ୍ର ନଂ. ୧୧୦- ସିଧାମଡାଙ୍ଗାର ଅଧିକାରୀ ତଥା ସହକାରୀ ଶିକ୍ଷକ ରାମାନୁଜ ଦାସ ଲୋକ ପ୍ରତିନିଧୂତ୍ବ ଆଇନ ୧୯୫୦ ଏବଂ ଲୋକ ପ୍ରତିନିଧ୍ଵ ଆଇନ, ୧୯୫୧ର ବ୍ୟବସ୍ଥା ଅନୁଯାୟୀ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଯାଇଛି। ନିଲମ୍ବନ ଆଦେଶ ପତ୍ରରେ ଦର୍ଶାଯାଇଛି ଯେ, ଶ୍ରୀ ଦାସ କୌଣସି ବୈଧ କାରଣ ନଦର୍ଶାଇ କର୍ତ୍ତବ୍ୟ ନ କରିବା, ସଠିକ୍ ଭାବରେ ନ୍ୟସ୍ତ ଦାୟିତ୍ବକୁ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ନିଲମ୍ବନ ସମୟ ମଧ୍ୟରେ ସେ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡିବେ ନାହିଁ ଏବଂ ନିୟମ ଅନୁଯାୟୀ ଗ୍ରହଣୀୟ ଭାବରେ ଜୀବନଯାପନ ଭତ୍ତା ପାଇବାର ହକ‌ଦାର ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗୱାଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ