ଝୁମ୍ପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନ୍ତ୍ୟୋଦୟ ଗୃହ ବଣ୍ଟନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାର ତରଫରୁ ଯେଉଁ ମାନଙ୍କର ଭଲ ଘର ନାହିଁ, କଚ୍ଚା ଘରେ ରହୁଛନ୍ତି କିମ୍ବା ଲଗାଇ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ରହୁଥିବା ଘର ଭାଙ୍ଗି ଯାଇଛି ସେହି ପରିବାର ଗୁଡ଼ିକୁ ଚିହ୍ନଟ କରି ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଝୁମ୍ପୁରା ବ୍ଲକ ପ୍ରଶାସନ ତରଫରୁ  ବ୍ଲକର ୨୨ ଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ  ରହିଥିବା ଗରିବ ପରିବାର ଏବଂ ଘର ଭାଙ୍ଗି ଯାଇଥିବା ପରିବାର ଗୁଡ଼ିକ ଚିହ୍ନଟ କରି ଅନ୍ତୋଦୟ ଯୋଜନା ଯୋଜନା ରେ ସାମିଲ କରି ଗୃହ ବଣ୍ଟନ କରିଛନ୍ତି। ଝୁମ୍ପୁରା ପଞ୍ଚାୟତ ତରଫରୁ ଅନ୍ତୋଦୟ ଗୃହ ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ସରପଞ୍ଚ ରେବତୀ ବିରୁଆ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ଅନୁଷ୍ଠିତ ଗୃହ ବଣ୍ଟନ ଉତ୍ସବ ରେ ଯୋଗଦାନ କରିଥିଲେ ସାଂସଦ ଙ୍କ ବ୍ଲକ ପ୍ରତିନିଧି ପଞ୍ଚାନନ ସାହୁ, ବିଜୟାନନ୍ଦ ବେହେରା,ବିପିସି ପଦ୍ମଲୋଚନ ଜେନା,ପିଇଓ ଶ୍ରୀକାନ୍ତ ପଲେଇ ନାଏବ ସରପଞ୍ଚ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ସରକାର ତରଫରୁ କେଉଁ ମାନଙ୍କୁ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ସରକାର ପ୍ରଦାନ କରୁଥିବା ଅର୍ଥ ରେ କେମିତି ଘର ନିର୍ମାଣ କରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଘର କାମ ଶେଷ କରେ ସରକାର ତରଫରୁ  କିପରି ପ୍ରସାହନ ରହିଛି ସେ ସମ୍ପର୍କରେ ପଞ୍ଚାୟତ ବାସୀଙ୍କୁ ଅବଗତ କରିଥିଲେ। ଝୁମ୍ପୁରା ପଞ୍ଚାୟତ ରୁ ଚିହ୍ନଟ ହୋଇଥିବା ୨୮ ଟି ପରିବାର ଙ୍କୁ ଅନ୍ତୋଦୟ ଗୃହ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ବ୍ଲକ ର ପଞ୍ଚାୟତ ରେ ଅନ୍ତୋଦୟ ଗୃହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ବ୍ଲକ ର ୨୨ ଗୋଟି ପଞ୍ଚାୟତରେ ସମୁଦାୟ ୨୮୭ ଟି ପରିବାର କୁ ଅନ୍ତୋଦୟ ଗୃହ ନିର୍ମାଣ କରିବା କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ସମ୍ପର୍କରେ ବିପିସି ପଦ୍ମଲୋଚନ ଜେନା ସୂଚନା ପ୍ରଦାନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ