ଜନ୍ମଦିବସ ଅବସରରେ ବସ୍ତ୍ରବଣ୍ଟନ
ଭୁବନେଶ୍ୱର : ବ୍ରହ୍ମେସ୍ୱର ବିଦ୍ୟାଳୟର ପୁରୁଣା ବିଦ୍ୟାର୍ଥୀ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡାଙ୍କ ଶୁଭଜନ୍ମ ଦିବସ ତଥା ପବିତ୍ର ଶ୍ରୀରାମ ନବମୀ ଅବସରରେ କିଛି ପୁରୁଣା ବିଦ୍ୟାର୍ଥୀ ଏକାଠିହୋଇ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ଅସହାୟ, ଅଭାବୀ ମହିଳାଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ପ୍ରଦୀପ ପ୍ରଜ୍ବଳନ ସହ ଶୂନ୍ୟ ମହିମା ପ୍ରଭୁଙ୍କୁ ଜଗତକଲ୍ୟାଣ ପାଇଁ ଶୁଭ କାମନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସହପାଠୀ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସାଧୁ ମଧୁସୂଦନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧିବକ୍ତା ଉମାକାନ୍ତ ତାଣ୍ଡି, ସମ୍ମାନିତ ଅତିଥି ଭାବେ, ରାଉରକେଲା ଆଇଜିଏଫଏଲ ମାନବ ସମ୍ବଳମୁଖ୍ୟ ତଥା ସମାଜସେବୀ ରବି ନାରାୟଣ ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜସେବୀ ପଦ୍ମ ଚରଣ ବେହେରା, ସମାଜସେବୀକା କବିତା ଘଡେଇ ଉପସ୍ଥିତ ରହିବା ସହ ଅସହାୟଙ୍କ ସେବା ମାନବ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହ ପୂଜ୍ୟପୂଜା ଓ ମାନବବାଦ କୁ ଗୁରୁତ୍ୱପ୍ରଦାନ କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନିଆରା ଭାବେ ଏହିପରି କାର୍ଯ୍ୟକ୍ରମ ଆଗାମୀ ପୀଢ଼ିଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ମତ ବ୍ୟକ୍ତ କରା ଯାଇଥିଲା। ଏହି ଅବସରରେ ସମାଜସେବୀ ପ୍ରଦୀପ କୁମାର ଭଟ ଓ ହୃଦାନନ୍ଦ ଜେନାଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । ମହିମାସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ, ମନୋରଞ୍ଜନ ସାମନ୍ତରାୟ, ସୁଷମା ପ୍ରଧାନ, ପ୍ରଜ୍ଞା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।