ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ
କଟକ (ଓ୍ବାଇଏନଏସ): ଓଡ଼ିଆ ପକ୍ଷ ପାଳନ ଅବସରରେ କଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଦେବାଳୟ ଓ ଐତିହ୍ୟସ୍ଥଳୀ ମାନଙ୍କରେ ସ୍ଵଚ୍ଛତା ଆଭିଯାନ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ମାନଙ୍କଦ୍ୱାରା ଓଡିଶାର ଧାର୍ମିକ,ସାଂସ୍କୃତିକ ଅନୁଷ୍ଠାନ ସହ ଐତିହ୍ୟ ସ୍ଥାନ ମାନଙ୍କରେ ସ୍ଵଚ୍ଛତା ଅବଲୋମ୍ବନ ସହ ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ଵ ଦିଆଯାଇ ଓଡିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି। ଏଥି ସହ ବିଭିନ୍ନ ବ୍ଲକ ସମ୍ମୁଖମାନଙ୍କରେ ମଧ୍ୟ ଆଜିଠାରୁ ଏହି ସ୍ଵଚ୍ଛତା କାର୍ଯ୍ୟକମ ଆରମ୍ଭ ହୋଇଛି।


