ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା) : ବାତ୍ୟା ଅର୍ଣ୍ଣବ ଓ ବନ୍ୟାର ବିଭୀଷିକା ପରେ ଭଞ୍ଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ତେବେ ବଡ଼କୋଦଣ୍ଡାଛକ ନିକଟସ୍ଥ ଖଦାଳ ସାହିରେ ୨୦ ପରିବାର ଏବେ ବାସହୀନ ହୋଇପଡ଼ିଛନ୍ତି। ଉକ୍ତ ଅସହାୟ ଓ ବିପନ୍ନ ପରିବାର ଏବେ ପଞ୍ଚାୟତ ଗୃହରେ ବସବାସ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ଉକ୍ତ ୨୦ ପରିବାର ପାଇଁ ବିଭିନ୍ନ ପ୍ରକାର ପୋଷାକ ଓ ରିଲିଫ୍‍ ସାମଗ୍ରୀ ଆବଶ୍ୟକ ଅନୁଯାୟୀ ବଣ୍ଟନ କରାଯାଇଥିଲା। ପରିବାରର ସମସ୍ତ ସଦସ୍ୟଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିବାବେଳେ ଚୁଡ଼ା, ବିସ୍କୁଟ ଓ ବ୍ରେଡ଼ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ସଭାପତି ଡକ୍ଟର ସଂଯୁକ୍ତା ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ, ସାଂସ୍କୃତିକ ସମ୍ପାଦିକା ପ୍ରଣତି ପାଣିଗ୍ରାହୀ ସମେତ ଡକ୍ଟର ଉଷା ପାଢ଼ୀ, ଶର୍ମିଷ୍ଟା କୁମାରୀ ବେହେରା ସହଯୋଗ କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ପରିବାରକୁ ଏହିପରି ସହଯୋଗ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବେବର୍ତ୍ତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ