ଓଏସଆରଟିସିର ଦୋକାନ ଗୃହ ଲଟେରୀ ମାଧ୍ୟମରେ ବଣ୍ଟନ।

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡା ଓଏସଆରଟିସି ବସ ଷ୍ଟାଣ୍ଡରେ ଥିବା ଦୋକାନ ଗୃହ ଗୁଡିକୁ ଲଟେରୀ ମାଧ୍ୟମରେ ସୋମବାର ବଣ୍ଟନ କରାଯାଇଥିବା ଜଣାପଡିଛି,ବସଷ୍ଟାଣ୍ଡ ଉଦଘାଟନର ଦୀର୍ଘ ଦିନ ପରେ ଏହି ଦୋକାନ ଗୃହ ବଣ୍ଟନ କରାଯାଇଛି। ପୂର୍ବରୁ ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡକୁ ଭାଙ୍ଗି ଓଏସଆରଟିସି ତରଫରୁ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଉକ୍ତ ବସ ଷ୍ଟାଣ୍ଡରେ ୧୭ ଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା। ଯାହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଥିଲେ ଶୁଦ୍ଧା ଦୋକାନ ଗୃହ ଗୁଡିକ ବଣ୍ଟନ ହୋଇନଥିଲା। ଯେଉଁଥିପାଇଁ ଯାତ୍ରୀ ନାହିଁନଥିବା ଅସୁବିଧା ଭୋଗୁଥିଲେ। ତେବେ ବିଭାଗ ତରଫରୁ ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇ ଉକ୍ତ ସ୍ଥାନରେ ପୂର୍ବରୁ ଦୋକାନ ପାଇଥିବା ବ୍ୟବସାୟିଙ୍କୁ ଲଟେରୀ ମାଧ୍ୟମରେ ଦୋକାନ ବଣ୍ଟନ କରାଯାଇଛି। ଏହି ଲଟେରୀ ଉଠାଣ ବେଳେ କମିଟିର ଅଧ୍ୟକ୍ଷ ତଥା ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତି, ଓଏସଆରଟିସି ଡିଭିଜନାଲ ମେନେଜର ସୌମ୍ୟରଞ୍ଜନ ମିଶ୍ର, ତହସିଲଦାର ଏମ. ଅନୁରାଧା,ଆଇଆଇସି କେଶବ ସଡଙ୍ଗୀ, ଗ୍ରାମ ପଞ୍ଚାୟତ ପିଇଓ ଅଞ୍ଜନ ସାହୁ,ଦୀପକ ଦାସ,ଦମୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ