ସ୍ୱାସ୍ଥ୍ୟ ବିଭାଗ ର ଜିଲ୍ଲାସ୍ତରୀୟ ସମୀକ୍ଷା କଲେ ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପରିଷଦ ଭବନ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସ୍ୱାସ୍ଥ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର( ସିଏଚ ସି)  ଗୁଡିକ ରେ ଗର୍ଭବତୀ ମହିଳା ପ୍ରସୂତି ସଂଖ୍ୟା ହାର କାହିଁକି କମ ରହୁଛି ତାହା ଉପରେ ଅଧିକ ଫୋକସ ଦେଇଥିଲେ, ଅଧିକ ରୁ ଅଧିକ ସଚେତନତା କରି ଏହାର କିପରି ବୃଦ୍ଧି ସେଥିପାଇଁ ଗୁରୁତ୍ୱ ଦେବାକୁ ସେ କହିଥିଲେ, ଜନ୍ମ ପ୍ରମାଣ ପତ୍ର ଖୁବ କମ ଦିନରେ ପ୍ରଦାନ କରାଯିବା ନିମନ୍ତେ ବିଭିନ୍ନ ଆଲୋଚନା କରାଯାଇଥିଲା, ସେହିପରି ଟୀକାକରଣ, ବନ୍ଧ୍ୟାକରଣ, ମମତା ଦିବସ, ନିରୀକ୍ଷଣ ଯୋଜନାରେ ଗର୍ଭବତୀ ମା ମାନଙ୍କ ୩ ଥର ମାଗଣା ଅଲଟ୍ରା ସାଉଣ୍ଡ ହେଉଛି କି ନାହିଁ ସେ ବିଷୟରେ ମଧ୍ୟ ସମୀକ୍ଷା ହୋଇଥିଲା, ଲୋକଙ୍କୁ ଆମ୍ବୁଲାନ୍ସ ସେବା କିପରି ସଠିକ ସମୟ ରେ  ପ୍ରଦାନ କରାଯିବ ଏବଂ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ସ୍କିମ ବିଷୟରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ, ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକ, ଡିପିଏମ ବୁଲୁନାଥ ସାହୁ,  ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ଵମ୍ବର ବେହେରା,  ଏଡି ଏମ ଓ ( ପବ୍ଲିକ ଓ ହେଲଥ) ଡାକ୍ତର ବାଲୁ ଙ୍କେଶ୍ୱର ଷଡ଼ଙ୍ଗୀ, ଏମ ଡି ଏମ ଓ ( ମ୍ୟାଲେରିଆ) ଡାକ୍ତର କାମେଶ୍ୱର ପଟ୍ଟନାୟକ, ବିଏମସି ମେଡିକାଲ ଅଫିସର ଡାକ୍ତର ଶରତ କୁମାର ସାମଲ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଙ୍କ ସମେତ ଜିଲ୍ଲା ର ସମସ୍ତ ପିଏଚଇଓ, ବିପିଏମ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଅଧିକ୍ଷିକ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ