ବୈତରଣୀ ପୋଲ ପରିଦର୍ଶନ କଲେ ଜିଲ୍ଲାପାଳ
ଆନନ୍ଦପୁର / ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଠାରେ ନିର୍ମାଣଧୀନ ବୈତରଣୀ ନଦୀର ଦ୍ୱିତୀୟ ପୋଲକୁ ପାରଦର୍ଶନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ। ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ପୋଲ ପରିଦର୍ଶନ କରିବା ସହ ଏହାର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅତିଶୀଘ୍ର କିପରି ଏହି ପୋଲ କାମ ସମ୍ପୂର୍ଣ୍ଣ ହେବ ଓ ସଂଯୋଗୀ କରଣ ରାସ୍ତା ସମ୍ପୂର୍ଣ୍ଣ ହେବ ସେନେଇ ପ୍ରକଳ୍ପ ମ୍ୟାନେଜର ନିଶ୍ୱଜିତ ସାନା ସହିତ ଆଲୋଚନା କରିଥିଲେ। ପୋଲକାମ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ। ଏହି ସମୟରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ଉପସ୍ଥିତ ଥିଲେ।


