ଜିଲ୍ଲା ସ୍ତରୀୟ ଏଚଆଇଭି ଓ ଏଡସ କୁଇଜ ପ୍ରତିଯୋଗିତା

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପିଏମ୍‌ଶ୍ରୀ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜୁନିୟର ରେଡ଼କ୍ରସର ମିଳିତ ଆୟୋଜନରେ ଏକ ଜିଲ୍ଲାସ୍ତରୀୟ ଏଚଆଇଭି/ ଏଡ଼ସ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମାଜ ଦ୍ୱାରା ଏଡ଼ସ ସଚେତନତା ଉଦ୍ଦେଶ୍ୟରେ ପ୍ରଥମେ ବିଦ୍ୟାଳୟ ସ୍ତରରେ ଓ ପରେ ପରେ ବ୍ଲକ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତି ବ୍ଲକରୁ ଦୁଇଜଣ ଲେଖାଏଁ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟ, କୁରୁଜଙ୍ଗାର ଛାତ୍ରୀ ଦିବ୍ୟାଶ୍ରୀ ଦାସ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ନିଆଳର ଛାତ୍ର ରୋହିତ କୁମାର ରାଉତ ଶ୍ରେଷ୍ଠତା ପ୍ରତିପାଦନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ଉଭୟଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥଲା। ଓଡିଶା ଆଦର୍ଶ ବିଦ୍ୟାଳୟ, ରାଜନଗରର ଛାତ୍ରୀ ତନୁଶ୍ରୀ ବେହେରା, ହାଟସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ପଢ଼ିଆରୀ, ଏଲବି ହାଇସ୍କୁଲ ହାତୀନାର ଛାତ୍ରୀ ଆୟୁସ୍ମିତା ସାହୁ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ପାଳକଣାର ଛାତ୍ରୀ ତନଭୀ ତମାନ୍ନାଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପିଏମଶ୍ରୀ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କନକଲତା ରାଉତଙ୍କ ପୌରାହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନିରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ଡିଆଇଏସ ବ୍ରଜକିଶୋର ଜେନା ଓ ଆଇସିଟି ମାର୍ଗଦର୍ଶକ ଦେବେନ୍ଦ୍ର କୁମାର ରାଉତ ଯୋଗଦେଇ ସଚେତନତା ବାର୍ତ୍ତା ଦେବାସହ ସଚେତନ ହେଲେ ଶୂନ୍ୟ ନୂତନ ଏଚଆଇଭି ସଂକ୍ରମଣ ଲକ୍ଷ୍ୟ ସାଧନ କରିହେବ ବୋଲି ବକ୍ତବ୍ୟ ରଖିଥିଲେ। ଜୁନିୟର ରେଡ଼କ୍ରସ ମାର୍ଗଦର୍ଶକ ରାମଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜୁନିୟର ରେଡ଼କ୍ରସ ବ୍ଲକ ସଂଯୋଜକ ଶୁଭେନ୍ଦୁ କୁମାର ନାୟକ, ସ୍ମୃତିକାନ୍ତ ସାହୁ, ସଂଯୋଜିକା ଅମିତା ରାଉତ ଓ ଅର୍ପିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ