ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

 କଟକ (ଓ୍ବାଇଏନଏସ) : ଜୟଦେବ ଥିଲେ ଭୂମି ଓ ଭୂମାର କବି । ସମଗ୍ର ଜୀବନ ପ୍ରୀତି, ପ୍ରଣୟ ଓ ସମର୍ପଣର କବିତା ଲେଖି ଜୟଦେବ ଓଡିଶାର ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ କଟକସ୍ଥ ସ୍ବରାଜ ଆଶ୍ରମ ପ୍ରେକ୍ଷାଳୟରେ ଆୟୋଜିତ ଶ୍ରୀ ଜୟଦେବ ଜୟନ୍ତୀକୁ ଉଦଘାଟନ କରି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ସଭାରେ ଉଦଘାଟକ ଅତିରିକ୍ତ ଜିଲ୍ଲାପାଳ ଈପସିତା ପ୍ରିୟଦର୍ଶିନୀ ମିଶ୍ର, ମୁଖ୍ୟ ଅତିଥି , ପଦ୍ମଶ୍ରୀ ଉତ୍ସବ ଦାସ, ବରେଣ୍ୟ ଅତିଥି, ଅଭିନେତା ଶ୍ରୀତମ ଦାସ, ଅନ୍ଯତମ ଅତିଥି , ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା କର, ସମ୍ମାନିତ ଅତିଥି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭବାନୀ ଶଙ୍କର ଭୂୟାଁ, ଅତିଥି ବକ୍ତା, ଦୁଲ୍ଲାଲ କୃଷ୍ଣ ପତି, ପ୍ରମୁଖ ଯୋଗ ଦେଇ ଜୟଦେବଙ୍କ ସାହିତ୍ୟ ଉପରେ ଆଲୋଚନା କରିଥିଲେ । କଟକ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କ ଅଧ୍ଯକ୍ଷତାରେ ସମସ୍ତ କାର୍ଯ୍ୟ ଆୟୋଜିତ ହୋଇଥିବା ବେଳେ କାର୍ଯ୍ଯାଳୟର କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ। ଏହି ଜୟନ୍ତୀ ଅବସରରେ ସାହିତ୍ୟିକ ରାଜୀବ କୁମାର ଷଡଙ୍ଗୀ ଓ ବିଶ୍ବମିତ୍ରା ମିଶ୍ରଙ୍କ ସଂଯୋଜନାରେ ୫୦ଜଣ କବି ଓ କବୟତ୍ରୀ କବିତା ପାଠ କରିଥିଲେ । ନୃତ୍ୟଜ୍ୟୋତି ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦ ଓ ଦଶଅବତାର ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ