ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ସ୍ଵେଚ୍ଛାସେବୀଙ୍କ ବୈଠକ
ବାଲେଶ୍ଵର (ସରୋଜ ପଣ୍ଡା): ସିଏସିଏଲ ଓଡ଼ିଶା ଶାଖା ତରଫରୁ ବାଲେଶ୍ଵର ଜିଲ୍ଲାରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସି ଏ ସି ଏଲ ଓଡ଼ିଶା ଶାଖାର ରାଜ୍ୟ ଆବାହକ ସୁକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସି ଏ ସି ଏଲ ଅନୁଷ୍ଠାନର ଲକ୍ଷ୍ୟ ଓ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା ହୋଇଥିଲା।ଏହି ବୈଠକରେ ରାଜ୍ୟ ସହ ଆବାହକ ପ୍ରସନ୍ନ କୁମାର ମିଶ୍ର ଜିଲ୍ଲାରେ ଶିଶୁ ଶ୍ରମିକ ଚିହ୍ନଟ,ଶିଶୁ ଶ୍ରମିକ ବୃଦ୍ଧି ହେଉଥିବା ର କାରଣ ଓ ଏହାର ଉଚ୍ଛେଦ ପାଇଁ ଏକ ଛଅ ମାସିଆ ଖସଡ଼ା ସଂପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲା ଆବାହକ ଉବାଚକ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।