ଜିଲ୍ଲା ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ ଡ଼ାକ୍ତର ପ୍ରଭାତ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଶୁଭାରମ୍ଭ କରିଥିଲେ ତତସହିତ, ନିର୍ଲିତା ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ, ମୁନିସିପାଲଟି, ଡାକ୍ତର ପ୍ରଦୀପ କୁମାର କର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,, ଡାକ୍ତର ସୂର୍ଯ୍ୟପ୍ରକାଶ ରାଉତରାୟ, ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରବୋନ ନିୟନ୍ତ୍ରଣ ପ୍ରୋଗ୍ରାମ୍) , ଶ୍ରୀ ଚକ୍ରଧର ଜେନା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (NHM), ଶ୍ରୀ ନୀଲେଶ କୁମାର ପଟ୍ଟନାୟକ, ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ୱାଳ, ଶ୍ରୀ ସୂର୍ଯ୍ୟଜିତ ରାୟ, ଶ୍ରୀମତୀ ସାସ୍ୱତୀ ମହାପାତ୍ର ଉପସ୍ଥିତ ରହିଥିଲେ । ଏହି ସମ୍ମିଳନୀ ରେ ଜିଲ୍ଲା ର ସମସ୍ତ ସହରାଞ୍ଚଳ ଆଶା ଓ ମହିଳା ଆରୋଗ୍ୟ ସମିତି ର ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ| ” ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା” ବିଷୟରେ ଆଲୋଚନା କରାଯାଇଥିଲା ।ଆଶା ଓ ମହିଳା ଆରୋଗ୍ୟ ସମିତି ର ଉତ୍ତମ କାର୍ଯ୍ୟ କୁ ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ | ଶ୍ରୀ ମାନସ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିଲେ | ଏହି ମଞ୍ଚ ରେ ଶ୍ରେଷ୍ଠ ଆଶା ଓ ମହିଳା ଆରୋଗ୍ୟ ସମିତି ଗୁଡ଼ିକ ପୁରସ୍କୃତ ହୋଇଛନ୍ତି । ପ୍ରତେକ ଶ୍ରେଷ୍ଠ ଆଶା କର୍ମୀଙ୍କୁ ୩୦୦୦/- ଟଙ୍କା ଏବଂ ପ୍ରତେକ ମହିଳା ଆରୋଗ୍ୟ ସମିତିକୁ ୩୦୦୦ /- ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରଦାନ କରାଯିବ ।ଶେଷରେ ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନେ “କନ୍ୟା ଭୃଣ ହତ୍ୟା” ଉପରେ ଏକ ସଚେତନତା ନାଟକ ପରିବେଷଣ କରିଥଲେ।


