ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଡିଟୋରିୟମ ହଲ୍ରେ ଆଜି ସଂଶୋଧିତ ବ୍ୟୟ ମାନଦଣ୍ଡ, ପ୍ରଥମ ପର୍ଯ୍ୟାୟ ଓଜନ ଉତ୍ସବ–୨୦୨୬ ଏବଂ ରକେଟ୍ ଲର୍ଣ୍ଣିଂ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା (ECCE) ହସ୍ତକ୍ଷେପର କାର୍ଯ୍ୟାନ୍ୱୟନ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆଇଏଏସ୍ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପୋଷଣ, ଶିଶୁଙ୍କ ସଠିକ୍ ଅଭିବୃଦ୍ଧି ମାପନ, ଗୁଣାତ୍ମକ ପ୍ରାକ୍-ଶୈଶବ ଶିକ୍ଷା ଏବଂ ରକେଟ୍ ଲର୍ଣ୍ଣିଂର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମନ୍ୱୟ ରକ୍ଷା କରି ସରକାରଙ୍କ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ ବାଲେଶ୍ୱର ଶ୍ରୀ ଶିବ ମାଲବୀୟ, ଆଇଏଏସ୍, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି ଏବଂ ରକେଟ୍ ଲର୍ଣ୍ଣିଂର ରିସୋର୍ସ ପର୍ସନ ଉପସ୍ଥିତ ରହିଥିଲେ। ଜିଲ୍ଲାର ସମସ୍ତ ଡିଏସ୍ଡବ୍ଲ୍ୟୁଓ କର୍ମଚାରୀ, ସିଡିପିଓ, ଲେଡି ସୁପରଭାଇଜର ଓ ବ୍ଲକ୍ କୋ-ଅର୍ଡିନେଟର (ପୋଷଣ) ଅଂଶଗ୍ରହଣ କରିଥିଲେ। ଶେଷରେ ନୀଳଗିରି ଉପଖଣ୍ଡର ପ୍ରୋଗ୍ରାମ ଅଫିସର ଧନ୍ୟବାଦ ଜ୍ଞାପନ କରିଥିଲେ।


