ଜିଲାପାଳ ଓ ଏସପିଙ୍କ ପରିଦର୍ଶନ କଲେ ଡିଆରଡିଏ ଓ କଲେଜ ଛକ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲାରେ ଥମିବାରେ ନାମ ନେଉନାହିଁ ସଡକ ଦୃର୍ଘଟଣା । ଦୈନିକ ଏବେ ସଡକ ଦୃର୍ଘଟଣାରେ ମୃତ୍ୟୁ ଓ ଆହାତ ହେଉଥିବା ଦେଖିବାକୁ ମିଳୁଛି । ଏପରିକି କିପରି ସଡକ ଦୃର୍ଘଟଣା ହାର କମିବ ସେନେଇ ବ୍ୟାପକ ସଚେତନତା କରାଯାଉଥିବା ସ୍ୱତେ କମୁନି ଏହି ଦୃର୍ଘଟଣା ସଂଖ୍ୟା । ନଭେମ୍ବର ୧୬ ରୁ ନଭେମ୍ବର ୩୦ ପ୍ରର୍ଯ୍ୟନ୍ତ ପରିବହନ ବିଭାଗ ପକ୍ଷରୁ ଶୂନ ମୃତାହତ ପକ୍ଷ ପାଳନ କରାଯାଉଥିଲା । ଏହି ସମୟରେ ମଧ୍ୟ ଜିଲାରେ ୨୯ଟି ସଡକ ଦୃର୍ଘଟଣା ହେବା ସହ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଡିଆରଡିଏ ଛକ ନିକଟରେ ସଡକ ଦୃର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଡିଆରଡିଏ ଓ କଲେଜ ଛକରେ ଦୈନିକ ସଡକ ଦୃର୍ଘଟଣା ଘଟୁଛି ଏନେଇ ଦିର୍ଘ ବର୍ଷ ହେଲା ଏହି ଦୁଇଟି ସ୍ଥାନରେ ଓଭରବ୍ରିଜ ନିର୍ମାଣ ଦାବୀ ହୋଇଆସୁଛି । ଉକ୍ତ ଦୁଇ ସ୍ଥାନ ଜନଗହଳ ପୂର୍ଣ୍ଣ ହୋଇଥିବାରୁ ଡିଆରଡିଏ ଛକ ଓ କଲେଜ ଛକ ନିକଟରେ ଟ୍ରାଫିକ ବ୍ୟବସ୍ଥା ସହ ପୁଲିସ ମୁତୟନ ରହିବା ପାଇଁ କଂଗ୍ରେସ ନେତା ଭାଗିରଥି ବେହେରା ଦାବୀ କରିଛନ୍ତି । ଏହାସହ ଗ୍ରୀଡ ଛକ ଠାରୁ ତାମ୍ପରା ପ୍ରର୍ଯ୍ୟନ୍ତ ଗାଡିର ବେଗ ୨୦ ରୁ ୨୫ କିମି ମଧ୍ୟରେ ରଖିବାକୁ ଦାବୀ କରିବା ସହ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଚଳିିତ ମାସ ଦୁଇ ତାରିଖରେ ମଧ୍ୟ ଡିଆରଡିଏ ଓ କଲେଜ ଛକ ମଧ୍ୟରେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଚଂଳର ଧମେନ୍ଦ୍ର କର ମଧ୍ୟ ସଡକ ଦୃର୍ଘଟଣାରେ ମୃତ୍ୟୁ ହୋଇଛି । ଆଗରୁ ଏହି ଦୁଇଟି ସ୍ଥାନରେ ବହୁ ଦୃର୍ଘଟଣା ହୋଇ ଅନେକ ମୃତ୍ୟୁ ମଧ୍ୟ ହୋଇଥିବା ନଜିର ରହିଛି । ଏନେଇ ଆଜି ଅପରାହ୍ନରେ ଏହି ଦୁଇ ବ୍ଲାକ ସ୍ପଷ୍ଟ ଅଚଂଳରୁ ଗଞ୍ଜାମ ଜିଲ।।ପଳ ଭି.କିର୍ତି ଭାସନ ,ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ଓ ଗଞ୍ଜାମ ଆରଟିଓ ଇ.ଦେବାଶିଷ ସ୍ୱାଇଁ ପରିଦର୍ଶନ କରିବା ସହ ସେଠାରେ ସମିକ୍ଷା କରିଥିଲେ । ସେଠାରେ ଦୈନିକ ୨୪ ରୁ ୧୬ ଘଂଟା ପୁଲିସ ମୁତୟନ ରହିବେ । ଅଧିକରୁ ଅଧିକ ବ୍ୟାରିକିଟ ,ବ୍ଲିଙ୍କର ସହ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ । ଏହି ଦୁଇ ସ୍ଥାନ ରେ ଓଭର ବ୍ରିଜ ଏନଏଚଏଆଇ ବିଭାଗ ନିର୍ମାଣ ହେବା ବୋଲି ଜିଲାପାଳ କହିଥିଲେ । ପୁଲିସ ପକ୍ଷରୁ ମଧ୍ୟ କିପରି ଏହି ଦୁଇ ସ୍ଥାନରେ ଦୃର୍ଘଟଣା ହାର ହ୍ରାସ ପାଇବ ସେନେଇ ପୁଲିସ ମୁତୟନ ରହିବେ , ଲୋକଙ୍କ ସୁରକ୍ଷାକୁ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି ଏସପି କହିଥିଲେ । ପରିଦର୍ଶନ ବେଳେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରିଦର୍ଶନ ବେଳେ ବହୁ ଜନସାଧାରଣ ଜିଲାପାଳଙ୍କୁ ତୁରନ୍ତ କିପରି ଓଭର ବ୍ରିଜ କାମ ଆରମ୍ଭ ହେବେ ସେନେଇ ଅନୁରୋଧ କରିଥିଲେ । ଜିଲରେ ୨୦୨୪ରେ ଜାନୁଆରୀ ରୁ ଅକ୍ଟୋବର ମଧ୍ୟରେ ୬୮୪ ଟି ସଡକ ଦୃର୍ଘଟଣା ହୋଇଥିବା ବେଳେ ୩୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୬୮ ଜଣ ଆହାତ ହୋଇଥିଲେ । ସେହିତୁଳନାରେ ୨୦୨୫ରେ ୭୪୪ଟି ଦୃର୍ଘଟଣା ଘଟି ୩୭୨ ଜଣଙ୍କ ମୃତ୍ୟୁ ଓ ୪୯୮ ଜଣ ଆହତ ହୋଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହାକି ୯ ପ୍ରତିଶତ ଦୃର୍ଘଟଣା ହାର ବଢି ଥିବା ବେଳେ ୧୭ ପ୍ରତିଶତ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇଛି ।


