ସମ୍ବର୍ଦ୍ଧିତ ହେଲେ ଦିବ୍ୟାଙ୍ଗ ଗୁରୁ ଚିରଞ୍ଜିବୀ ଦାସ

ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସ୍ୱାଭିମାନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବନ୍ତ ବ୍ଲକ୍ ଶ୍ରୀରାମପୁର ଗ୍ରାମର ଦିବ୍ୟାଙ୍ଗ ଗୁରୁ ଅଧ୍ୟାପକ ଚିରଞ୍ଜିବୀ ଦାସଙ୍କୁ ମାନପତ୍ର, ଟ୍ରଫି ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟର ୯ ଜଣ ପ୍ରତିଷ୍ଠିତ ଦିବ୍ୟାଙ୍ଗ ଗୁରୁଙ୍କୁ ସେମାନଙ୍କ ଅଦମ୍ୟ ସାହସ, ଜୀବନ ବ୍ୟାପୀ ସଂଗ୍ରାମ ଓ ସମାଜ ପ୍ରତି ସ୍ୱର୍ଣ୍ଣିର୍ମ ଅବଦାନ ପାଇଁ ‘ମାର୍ଗ ଦର୍ଶକ’ସମ୍ମାନ ପ୍ରଦାନ କରାଯାଇଛି । ସ୍ୱାଭିମାନୀ ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ସ୍ମୃତି ମହାପାତ୍ର, ଅଧ୍ୟକ୍ଷ ପଲ୍ଲୀ ପଟ୍ଟନାୟକ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ସନ୍ୟାସୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରକାଶ ଯେ, ଶ୍ରୀରାମପୁର ଗ୍ରାମର ପିତା ରବି ନାରାୟଣ ଦାସ ଓ ମାତା ରୀତାରାଣୀ ଦାସଙ୍କ ପୁତ୍ର ଚିରଞ୍ଜିବୀ ଜଣେ ଦୃଷ୍ଟି ବାଧିତ ଭିନ୍ନକ୍ଷମ ବ୍ୟକ୍ତିତ୍ୱ ହୋଇଥିଲେ ହେଁ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ପ୍ରଦାନ କରିବାରେ ଅବହେଳା କରନ୍ତି ନାହିଁ । ଅଧୁନା ସେ ବାଲେଶ୍ୱର ଜିଲା କୁପାରୀସ୍ଥିତ ଡ଼.ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ