ଜନ୍ମଦିନରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ
ହାଟଡିହି (ବିକାଶ ବିଶ୍ବାଳ) : ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପରିବାର ର ସମ୍ପାଦକ ଦିବ୍ୟରଞ୍ଜନ ରାଉତ (ହାପି) ତାଙ୍କ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଅନେକ ଯୁବକ ଯୁବତୀ ନିଜ ଜନ୍ମଦିନକୁ ଯାକ ଯମକ ରେ ପାଳନ କରି କେକ୍ କାଟୁଥିବା ବେଳେ ଦିବ୍ୟ ରଞ୍ଜନ ଜଣେ ଥାଲାସେମିଆ ରୋଗୀକୁ ରକ୍ତଦାନ କରି ଜନ୍ମଦିନ ପାଳିଛନ୍ତି। ସେ ଆଜି ତାଙ୍କର କିଛି ସାଙ୍ଗଙ୍କ ସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ରକ୍ତଭଣ୍ଡାରରେ ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ୬ତମ ରକ୍ତଦାନ ବୋଲି କହିଛନ୍ତି । ତାଙ୍କର ଏପରି ମହତ କାମକୁ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା, ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ମାନେ ସାଧୁବାଦ ଜଣାଇଛନ୍ତି।