ପାରିବାରିକ ହିଂସା : ଦାଦାଙ୍କୁ ହତ୍ୟାଉଦ୍ୟମ କରି ପୁତୁରା ଗିରଫ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗଦୋଳା ଗ୍ରାମରେ ପାରିବାରିକ ହିଂସା କାରଣରୁ ନରହରି ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ହତ୍ୟାଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଅଭିଯୁକ୍ତ ନରହରିଙ୍କ ପୁତୁରା ମଦନ ସେଠୀଙ୍କୁ ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ସଂଖ୍ୟା ୩୭୧/୨୫ ପ୍ରକାରେ  ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ନରହରି ଘରେ ଖାଇ ବସିଥିବା ବେଳେ ମଦନ, ତାଙ୍କ ବାପା ଅକ୍ରୁର ଏବଂ ମା’ ମଲ୍ଲୀ ସେଠୀ ସମସ୍ତେ ଘର ଭିତରେ ପଶି ଆକ୍ରମଣ କରିଥିବା ଆହତ ନରହରିଙ୍କ ସ୍ତ୍ରୀ ପଦ୍ମାବତୀ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ