ଉପକାରାଗାରରେ ନିଶାମୁକ୍ତ ଭାରତ ଅଭିଯାନ

ଆସିକା (ୱାଇଏନ୍‍ଏସ୍‍) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଆସିକା ଉପକାରଗାର ପରିସରରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଭାରତ ସରକାର ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ମାଉଣ୍ଟଆବୁ ରାଜସ୍ଥାନର ମିଳିତ ସହଯୋଗରେ ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଗତ ୨ ତାରିଖ ଠାରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ନିଶାମୁକ୍ତ ଭାରତ ଅଭିଯାନ ଏବଂ ମିଶନ୍‍ ସ୍ଫନ୍ଦନ ଅନ୍ତର୍ଗତ ବିକଶିତ ଭାରତ ଆଡକୁ ଏକ ଦୃଢ ପଦକ୍ଷେପ ସ୍ୱରୂପ ୧୦ କୋଟି ନିଶାମୁକ୍ତ ମହାଅଭିଯାନ ଓ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ କାର୍ଯ୍ୟକ୍ରମ ପାଳନ ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ, ଆସିକା ଉପକାରଗାରର ଅଧୀକ୍ଷକ ଖଗେଶ୍ୱର ସିଂ, ସହ ଅଧୀକ୍ଷକ ଅନଞ୍ଜୟ ପ୍ରଧାନ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ବ୍ରହ୍ମାକୁମାର ସତ୍ୟପ୍ରିୟ ପ୍ରମୁଖ ଯୋଗଦେଇ ନିଶାସେବନ ଦ୍ୱାରା ସାମାଜିକ, ଶାରୀରିକ ଓ ମାନସିକ କ୍ଷେତ୍ରରେ ପଡୁଥିବା କୁପ୍ରଭାବ ଓ ଭୟାବହ ପରିଣାମ ସାଙ୍ଗକୁ ବ୍ୟକ୍ତିଗତ ଜୀବନରେ ବୃଦ୍ଧି ପାଉଥିବା କ୍ଷତି ଉପରେ ଉପସ୍ଥିତ ଅନ୍ତେବାସୀ ମାନଙ୍କୁ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରି ଏକ ସୁସ୍ଥ ଓ ସାମାଜିକ ଜୀବନଶୈଳୀ ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ଯୁବ ସମାଜ ସଦାସର୍ବଦା ରାଜଯୋଗ ମାଧ୍ୟମରେ ଧ୍ୟାନ, ଆଧ୍ୟାତ୍ମିକ ଚେତନା, ସକରାତ୍ମକ ଚିନ୍ତାଧାରା ଓ ନୈତିକ ମୂଲ୍ୟବୋଧ ମାଧ୍ୟମରେ କିପରି ନିଶାମୁକ୍ତ ସମାଜ ଗଠନ କରାଯାଇପାରିବ ତାହାରି ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଆସିକା ଉପକାରାଗାର ପରିସରରେ ଅନୁଷ୍ଠିତ ନିଶାମୁକ୍ତ ଭାରତ ଅଭିଯାନ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ଅନ୍ତେବାସୀମାନଙ୍କୁ ନେଇ ନିଶା ଠାରୁ ଦୂରରେ ରହିବାକୁ ଏକ ଶପଥପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିକଶିତ ଭାରତ-୨୦୪୭ ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବଶକ୍ତିର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଯୁବପିଢୀ ନିଶାମୁକ୍ତ, ସୁସ୍ଥ, ଶୃଙ୍ଖଳିତ ଓ ଦାୟିତ୍ୱବାନ୍‍ ହେବା ଦିଗରେ ପ୍ରତିଜ୍ଞାବଦ୍ଧ ହେବାକୁ ପରାମର୍ଶ ବି ଦିଆଯାଇଥିଲା । ଆସିକା ଉପକାରାଗାର ପରିସରରେ ଅନୁଷ୍ଠିତ ହୋଇଥିବା ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସବ୍‍ଜେଲ୍‍ର ଫାର୍ମାସିଷ୍ଟ ଉମାକାନ୍ତ ସାହୁ, ମୁଖ୍ୟ ୱାର୍ଡର୍‍ ଘନଶ୍ୟାମ ପଣ୍ଡା, ରମେଶ ଚନ୍ଦ୍ର ସେଠୀ, ସାଇବ ପ୍ରଧାନ, ୱାର୍ଡର୍‍ ରାହୁଳ ପ୍ରଧାନ, ରମେଶ ନାୟର, ବିଜୟାନନ୍ଦ ରାଉତ, ଉତ୍ତମ ନାୟକ, ପ୍ରଦୀପ ବେହେରା, ପ୍ରଶାନ୍ତ ଜେନା, ବିଜୟ ଗମାଙ୍ଗୋ, ମହିଳା ୱାର୍ଡର୍‍ ମଂଜୁଲତା ସାହୁ ଓ ବିଳାସିନୀ ରଇତ, ବ୍ରହ୍ମାକୁମାରୀ ଆସିନା, ବ୍ରହ୍ମାକୁମାର ରାଧାଶ୍ୟାମ ପ୍ରମୁଖ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ