ଚୋରାମଦ ଜବତ: ୬ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଏକ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜନଗର, ନିକିରେଇ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତନାର ଗ୍ରାମର କେଶୀ ପାତ୍ର(୪୫)ଙ୍କ ଠାରୁ ୪୩ ଲିଟର ବିଦେଶୀ ମଦ, ସାନଅଢଙ୍ଗା ଗ୍ରାମର ପ୍ରବୋଧ କୁମାର ସାହୁ(୩୪)ଙ୍କ ଠାରୁ ୩୯ ଲିଟର ଦେଶୀ ମଦ, ତନାର ଗ୍ରାମର ସତ୍ୟବାନ ପାତ୍ର(୩୫)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ହରିପୁର ଗ୍ରାମର ଅମିତାଭ ମଳିକ(୪୫)ଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ, ନଗଡ଼ା ଗ୍ରାମର ଚିତରଞ୍ଜନ ଜେନା(୫୧)ଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ ଓ ରାଜନଗର ଗ୍ରାମର ବଳରାମ ସେଠୀ(୨୭)ଙ୍କ ଠାରୁ ୧୧ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୭୨ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ଜବତ କରାଯାଇ ୫ ଜଣଙ୍କୁ କୋଟ ର୍ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ସହକାରୀ ଉପନିିରୀକ୍ଷକ ସୁନୀଲ କୁମାର ମିଶ୍ର ଓ ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ