ନାଉଗାଁର ବିଭିନ୍ନ ପୀଠରେ ଦୁର୍ଗା ପୂଜା ପାଳିତ

ନାଉଗାଁ (ପ୍ରଦୋଷ ମହାନ୍ତି) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଛି। ଶନିବାର ଷଷ୍ଠୀ ପୂଜା ପରେ ରବିବାର ବିଭିନ୍ନ ପୂଜା ମଣ୍ଡପରେ ମହାସପ୍ତମୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଛି।ନାଉଗାଁ ବଜାର , ,କଣ୍ଟୁଣିଆହାଟ, ନନ୍ଦିଗ୍ରାମ, ସୁଧାକଣ୍ଠି, ଗଳଧାରୀ ଓ ଜାମୁଗାଁ ଆଦି ସ୍ଥାନରେ ମା’ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବା ବେଳେ ନାଉଗାଁ ବ୍ଲକଛକ ଓ ମୁଣ୍ଡାଳୋରେ ଶିବ-ପାର୍ବତୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ପୂଜାମଣ୍ଡପ ଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ ଆକର୍ଷଣୀୟ ତୋରଣ ଶୋଭା ବଢ଼ାଉଛି। ଘଣ୍ଟ, ଶଙ୍ଖ ଓ ବିଭିନ୍ନ ବାଦ୍ୟର ଧ୍ୱନି ସାଙ୍ଗକୁ ମନ୍ତ୍ରପାଠରେ ପୂଜାମଣ୍ଡପ ଗୁଡ଼ିକ ଉତ୍ସବମୁଖର ହୋଇଉଠିଛି। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ପରିବାର ସହ ଲୋକେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ପୂଜା କମିଟି ଓ ବଜାର କମିଟିର ସଦସ୍ୟମାନେ ମିଳିତ ଭାବେ ପୂଜା ପରିଚାଳନା କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ