ଇକୋ ଫ୍ରେଣ୍ଡସ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ

ବେତନଟୀ ( ଉଦିତ କୁମାର ପରିଡା ): ବେତନଟୀ ବ୍ଲକ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଇକୋ ଫ୍ରେଣ୍ଡସ ପକ୍ଷରୁ ବିଶ୍ୱ ମାତୃ ଦିବସ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ମା ସବଳା ବିଶ୍ୱ କଲ୍ୟାଣ ସେବା ସମିତିର ସଭାପତି ଅନ୍ନଦା ମହାନ୍ତଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ବହୁ ଭାଷୀ ସାହିତ୍ୟ ପରିଷଦ କବି ସଙ୍ଗମର ସଭାପତି ବାସୁଦେବ ନାପିତ, ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାରତୀ ମହାନ୍ତ, ପ୍ରାକ୍ତନ ଶିକ୍ଷା ଅନୁ ନିରୀକ୍ଷକ ଦୁର୍ଯୋଧନ ସିଂ, ଯୋଗ ଶିକ୍ଷୟିତ୍ରୀ ପଦ୍ମିନୀ ମହାନ୍ତ ମୁଖ୍ୟ ବକ୍ତା ଭାବରେ ଭାରତୀୟ ରେଡକ୍ରସ ସୋସାଇଟିର ଭାଇସ ପେଟ୍ରୋନ ତଥା ଇକୋ ଫ୍ରେଣ୍ଡସର ସଭାପତି ଡ଼କ୍ଟର ରମାକାନ୍ତ ମହାନ୍ତ, ସମ୍ମାନିତ ବକ୍ତା ଭାବରେ ସାମ୍ବାଦିକ ଗତିକୃଷ୍ଣ ମହାନ୍ତ ପ୍ରମୁଖ ଯୋଗଦାନ କରି ମାତୃ ଦିବସ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ତାତ୍ପଯ୍ୟ ବିଷୟରେ ଆଲୋଚନା କରି କହିଲେ ଯେ ମା’ର ହୃଦୟ ହେଉଛି ପୃଥିବୀଠାରୁ ମହାନ ଆକାଶ ଠାରୁ ବଡ଼ ଏବଂ ସାଗର ଠାରୁ ଗଭୀର, ମା’ର ଅବଦାନ କେହି କଳନା କରି ପାରିବ ନାହିଁ କି ମା’ର ଋଣ କେହି କେବେ ଶୁଝି ପାରିବ ନାହିଁ। ସେହି ପରି ପ୍ରକୃତି ମଧ୍ୟ ଆମର ମା, ପ୍ରକୃତି ମାତାର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମା ସବଳା ବିଶ୍ୱ କଲ୍ୟାଣ ସେବା ସମିତିର ସମ୍ପାଦିକା ଶ୍ରୀମତୀ ମାମିନା ମହାନ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଏଥିରେ ସାବିତ୍ରୀ ମହାନ୍ତ, ସବିତା ମହାନ୍ତ, କନକଲତା ମହାନ୍ତ, ଦମୟନ୍ତୀ ମହାନ୍ତ, ମିନା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ସ୍ବେଛାସେବୀ ରତିକାନ୍ତ ମହାନ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ