ସଡକ ଦୁର୍ଘଟଣାରେ ଦୁଇ ଯୁବକ ମୃତ

ବୁଗୁଡା (ଅନୀଲ କୁମାର ମହାରଣା) : ମଇ ୧୧ ତାରିଖ ଥିଲା ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରାର ଶେଷ ଦିନ। ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କାନସୁକା ଗ୍ରାମର ଓଁ ନାୟକ ଓ ଶୁଭମ ନାୟକ ମିଶି ପଞ୍ଚ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ବିଳମ୍ବିତ ରାତ୍ରରେ ନିଜ ଗ୍ରାମ କାନସୁକାକୁ ଫେରୁଥିବା ବେଳେ ଷୋହଳମଇଲି ଏବଂ ବୁଗୁଡା ରାଜ ରାସ୍ତା ଉପରେ କୌଣସି କାରଣ ଯୋଗୁଁ ବାଇକ ଭାରସାମ୍ଯ ହରାଇ ଦୁହେଁ ରାସ୍ତରେ ପଡି ଗୁରୁତର ଆହାତ ହୋଇଥିଲେ।  କିଛି ଲୋକେ ଦେଖିବାକୁ ପାଇ ସେମାନଙ୍କୁ ଉଦ୍ଧାର କରି ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତର ସେ ଦୁହିଁଙ୍କୁ ମୁତ୍ଯୁ ଘୋଷଣା କରିଥିଲେ। ଖବର ପାଇ ମେଡିକାଲରେ ବୁଗୁଡା ପୋଲିସ୍ ପହଞ୍ଚି ମର ଶରୀର ଦ୍ବୟକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ