ସୋସୋ ସେବା ସମବାୟ ସମିତିର ପଞ୍ଜିକରଣରେ ଅନିୟମିତତା ଅଭିଯୋଗକୁ ସମ୍ପାଦକଙ୍କ ଖଣ୍ଡନ
ହାଟଡିହି (ଓ୍ବାଇଏନଏସ): ସୋସୋ ସେବା ସମବାୟ ସମିତିର ପଞ୍ଜିକରଣରେ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୋସୋ ସମବାୟ ସମିତିର ସମ୍ପାଦକ ସୁରେନ୍ଦ୍ର କୁମାର ପତି। କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏପରି ଅପ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସୁଚନା ଅନୁଯାଇ ପଞ୍ଜିକରଣର ଏକ ପ୍ରକ୍ରିୟା ଅଛି, ଏଥିରେ ପ୍ରଥମେ ଚାଷୀ ଆସି ନିଜର ସମ୍ପୂର୍ଣ କାଗଜ ପତ୍ର ସହିତ ସମିତିରେ ଉପସ୍ଥିତ ରହିବେ ,ତାଙ୍କର ଚାଷ ହୋଇଥିବା ଜମିକୁ ସେ ନିଜ ଫର୍ମରେ ପୁରଣ କରିବେ, ସେ ଭରିଥିବା ପ୍ରତ୍ୟେକ ବିବରଣୀ ପାଇଁ ନିଜେ ଚାଷୀ ଦାୟୀ ରହିବେ ଏବଂ ଚାଷୀ ଦେଇଥିବା ବିବରଣୀ କୁ ଚାଷୀର ସାମ୍ନାରେ ପଞ୍ଜିକରଣ ରିଏଲ ଟାଇମରେ ଚାଷୀଙ୍କୁ ବସାଇ କରାଯିବ, ପଞ୍ଜିକରଣ ସରିଲା ପରେ ଚାଷୀ ନିଜର ଫାର୍ମରକୋଡ଼ ନେଇ ଯିବେ। ତେଣୁ ଏଥିରେ ସମ୍ପାଦକ ଙ୍କ ଭୂମିକା କିଛି ନାହିଁ। ସେହିପରି ପରେ ଏକ ମିଳିତ କ୍ଷେତ୍ର ପରିଦର୍ଶନ ହେବ. ଯେଉଁଥିରେ ରାଜସ୍ଵ ନୀରିକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ, ଏରିଆ ଅଫିସର ଏବଂ ସମ୍ପାଦକ ରହି ସମସ୍ତ ଜମିକୁ ପର୍ଯ୍ୟବେକ୍ଷଣ କରିବେ । ତା ପରେ ରାଜସ୍ଵ ନୀରିକ୍ଷକ ଚାଷ ହୋଇ ନଥିବା ପ୍ଲଟ ଗୁଡିକୁ ହଟାଇଦେବେ। ପୁନର୍ବାର ସାଟେଲାଇଟ ସର୍ଭେ ହବ , ଏବଂ ପରେ ସନ୍ଦେହ ଜନକ ପ୍ଲଟ ଗୁଡ଼ିକୁ ସର୍ଭେ କରାଯିବ। ଏତେସବୁ ପରେ ଯାଇ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନ କରାଯିବ । ଚାଷୀ ଟି ଉକ୍ତ ଟୋକେନ ମାଧ୍ୟମ ରେ ତାର ଧାନ ସମିତିରେ ବିକ୍ରୟ କରିବ । ଚାଷୀ ସଠିକ ମାନର ଧାନ ଆଣି ତାର ଟୋକନ ଅନୁଯାୟୀ ଧାନ ବିନା କୌଣସି କଟନି ଛଟିନରେ ସମିତି କ୍ରୟ କରିବ ବୋଲି ସେ କହିଛନ୍ତି। କିଛି ନିର୍ଦିଷ୍ଟ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କୌଣସି ଜିନିଷ ନଜାଣି ସମ୍ପାଦକଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣ ମାଧ୍ୟମରେ ଅପପ୍ରଚାର କରୁଛନ୍ତି ବୋଲି ଶ୍ରୀ ପତି କହିଛ