ଆୟକର ନୋଟିସ ଜାରିକରି ବିବାଦରେ ଶିକ୍ଷା କାର୍ଯ୍ୟାଳୟ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଜିଲ୍ଲାର ସମସ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଆୟକର ନୋଟିସ ଜାରିକରି ବିବାଦ ମଧ୍ୟକୁ ଟାଣିହୋଇଛି ଜିଲ୍ଲା ଶିକ୍ଷା ବିଭାଗ। ଏହି ନୋଟିସକୁ ନେଇ ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ କହିଛନ୍ତି ଆଜି ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କୈାଣସି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନୋଟିସ ଜାରିକରି ନଥିଲେ। ନିୟମ ଅନୁଯାୟୀ ଯଦି ଗଣଶିକ୍ଷା ବିଭାଗ ସଚିବ ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅନ୍ତି ତେବେ ଆୟକର ଦାଖଲ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନଶିକ୍ଷକମାନଙ୍କୁ ଏଭଳି ନିର୍ଦ୍ଦେଶ ଜାରି କରିବା ବେଆଇନ ବୋଲି ସେମାନେ କହିଛନ୍ତି। ଜଣେ ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ ଚଳିତ ସେପ୍େଟମ୍ବର ମାସର ନିୟମିତ ଦରମା ପ୍ରଦାନ କରିବା ବେଳେ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟକୁ ପତ୍ର ସଂଖ୍ୟା – ୮୯୮୦(ଗ) /ତା ୧୩/୯/୨୦୨୫ ରିଖରେ ସେପ୍େଟମ୍ବର ମାସର ନିୟମିତ ଦରମା ବିଲ୍ଫର୍ମ ସହିତ ୧୬ନମ୍ବର ଆୟକର ବିଭାଗ ଫର୍ମର ଅବିକଳ ନକଲ ସଂଲଗ୍ନ କରି ପଠାଇବାକୁ ଏକ ପତ୍ର ଲେଖିଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବିଗତ ବର୍ଷଗୁଡିକରେ କୋଣସି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି କୈାଣସି ପତ୍ର କରିନଥିବା ଜଣାପଡିଛି। କାରଣ ଶିକ୍ଷା ବିଭାଗ ସଚିବ ବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏଭଳି କୈାଣସି ନିର୍ଦ୍ଦେଶନାମା ନାହିଁ। ତେଣୁ ପୂର୍ବତନ ଅଧିକାରୀମାନେ ଏଭଳି ବେନିୟମ କାର୍ଯ୍ୟ କରିନଥିବା ବେଳେ ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କାହା ସାହସରେ ଏଭଳି କଲେ ସେମାନେ ପ୍ରଶ୍ନ ଉଠାଇଛନ୍ତି।