ଜାମିଆ ମସ୍‌ଜିଦ୍‌ରେ ଇଦ୍‌-ଉଜ୍‌-ଜୁହା ପର୍ବ ପାଳିତ

ଆସିକା (ୱାଇଏନ୍‍ଏସ୍‍) ମୁସଲ୍‌ମାନ ସଂପ୍ରଦାୟର ଅନ୍ୟତମ ସେବା, ସମର୍ପଣ ଓ ତ୍ୟାଗର ମହାନ୍ ପର୍ବ ରୂପେ ପରିଚିତ ଥିବା ଇଦ୍‌-ଉଜ୍‌-ଜୁହା ପର୍ବ ଶନିବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସ୍ଥାନୀୟ ଜାମିଆ ମସ୍‌ଜିଦ୍ ପରିସରରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ମୁସଲମାନ ସଂପ୍ରଦାୟର ଶ୍ରଦ୍ଧାଳୁ ଭକ୍ତ ମାନେ ଜାମିଆ ମସ୍‌ଜିଦ୍ ପରିସରରେ ମିଳିତ ହୋଇ ଭଗବାନ ଆଲ୍ଲାଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସମୂହ ନମାଜ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ ରୂପେ ବିବେଚନା କରାଯାଉଥିବା ଇଦ୍‌-ଉଜ୍‌-ଜୁହା ଅବସରରେ ଭାଇଭଉଣୀ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ। ଆସିକା ଜାମିଆ ମସଜିଦ୍‌ର ମୁଖ୍ୟ ଇମାମ୍ ମହମ୍ମଦ ସାହାନୱାଜ୍ ଅହମ୍ମଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମସ୍‌ଜିଦ୍ ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହଯୋଗୀ ପୁରୋହିତ (ମୌଦ୍ଦିନ୍‍) ମେହେମ୍ମୁଦ୍‍ ଖାନ୍‍, ବରିଷ୍ଠ ସାମ୍ବାଦିକ ମୁନାଫ୍‍ ସରିଫ୍‍, ମହମ୍ମଦ ହୁସେନ୍‍ ସରିଫ୍‍, ମେହେମୁଦ ସରିଫ୍‍, ଆଲତାଫ୍‍ ସରିଫ୍‍, ସାଜିଦ୍‍ ରାଜା, ଇନ୍ତୁ ଖାନ୍‍, ଆୟାଜ୍‍ ସାରିଫ୍‍, ଆଲ୍‍ମାସ୍‍ ସାରିଫ୍‍, ଶେଖ୍‍ ବାଜାନ୍‍, ଶେକ୍‍ ମୋଇନ୍‍, ହାକିମ୍‍ ଖାନ୍‍, ସୟଦ୍‍ ଇବ୍ରାହିମ୍‍, ସୟଦ୍‍ ସଲିମ୍‍, ତାଜୁଦ୍ଦିନ୍‍ ସରିଫ୍‍,ସାହାୱାଜ୍‍ ସରିଫ୍‍, ଘନିଫ୍‍ ସରିଫ୍‍, ସେଖ୍‍ ଆସରଫ୍‍, ନାଶେର୍‍ ସାରିଫ୍‍, ୱାଲ୍‍ ମହମ୍ମଦ୍‍, ସେଖ୍‍ ସାଜିଦ୍‍, ସାୟଦ୍‍ ୱଜିର୍‍, ସେଖ୍‍ ଆସଲାମ୍‍, ରସିଦ୍‍ ଅଲ୍ଲୀଙ୍କ ସମେତ ମୁସ୍‌ଲମାନ ସଂପ୍ରଦାୟର ଶତାଧିକ ଶ୍ରଦ୍ଧାଳୁଭକ୍ତ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ସଂପ୍ରଦାୟର ଜନସାଧାରଣ ଭାଇଚାରାର ପର୍ବ ଇଦ୍‌-ଉଲ-ଜୁହା ଆନନ୍ଦ ଉଲ୍ଲାସର ସହ ଧୁମ୍‌ଧାମ୍‌ରେ ପାଳନ କରିଥିବା ଲକ୍ଷ୍ୟ କରାଯାଇଛି । ଇଦ୍‌-ଉଜ୍‍-ଜୁହା ଅବସରରେ ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଜାମିଆ ମସଜିଦ୍ ଚଳଚଞ୍ଚଳ ହୋଇପଡିଥିଲା ବେଳେ ମୁସଲମାନ ଭାଇଭଉଣୀମାନେ ପରସ୍ପରକୁ ମିତ୍ରତାର ବନ୍ଧନରେ ଆଲିଙ୍ଗନ ପୂର୍ବକ ଇଦ୍ ମୁବାରକ କରି ନିଷ୍ଠାର ସହ ମସଜିଦ୍ ପରିସରରେ ସମୂହ ନମାଜ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ