ସୁନାମ୍ବ ଜଗନ୍ନାଥ ମନ୍ଦିରରେ ଅଷ୍ଟପ୍ରହର ନାମଯଜ୍ଞ
ଆସିକା (ୱାଇଏନ୍ଏସ୍) ଆସିକା ଏନଏସି ଅନ୍ତର୍ଗତ ୯ନମ୍ବର ୱାର୍ଡର ସୁନାମ୍ବ ସାହିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ପ୍ରତିଷ୍ଠା ମହୋତ୍ସବ ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞ ଶନିବାର ଉଦ୍ଯାପିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ସୁନାମ୍ବ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବିନୋଦ ବିହାରୀ ପାତ୍ର, କୈଳାଶ ଚନ୍ଦ୍ର ଦାଶ, ନୀଳମାଧବ ଦାଶ, ନାରାୟଣ ମୁନି, ଅନୁଜ କୁମାର ପାଣିଗ୍ରାହୀ ଚନ୍ଦ୍ରଶେଖର ଦାଶ, ସୁଦିପ୍ତା ଦାଶ, କାହ୍ନୁଚରଣ ପାତ୍ର, ଆୟୁଷ୍ କୁମାର ସାହୁ, ନୀଳକଣ୍ଠ ବେହେରା, ଶିବାନନ୍ଦ ଦାଶ, ନୀଳମାଧବ ପଣ୍ଡା, ଚିରଞ୍ଜିବୀ ସାହୁ, ରାଧାଶ୍ୟାମ ବିଷୋୟୀ, ରମେଶ ଚନ୍ଦ୍ର ଗୌଡ, ଲକ୍ଷ୍ମୀନାରାୟଣ ମହାନ୍ତି, ଅଶୋକ କୁମାର ପାଣିଗ୍ରାହୀ, ନରହରି ଗୌଡ, ଅମୀୟ ସାହୁ, ସତ୍ୟ ପାତ୍ର, ଟିକୁନ୍ ପାଢୀ, ଲୁଲୁ ଦାଶ, ଟୁନା ସାହୁ, ମୁନା ସାହୁ, କିଶାନ୍ ସାହୁଙ୍କ ସମେତ ସମସ୍ତ ସାହିବାସିନ୍ଦା ଓ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନଏସି ଅନ୍ତର୍ଗତ ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟପ୍ରହର ନାମଯଜ୍ଞରେ ବାଲିଛାଇ, ମାଳତୀବାଡି, ସାମନ୍ତରାପଲ୍ଲୀ, ହୁମୁକି ଗ୍ରାମର ନାମ ସଂର୍କିତନ ମଣ୍ଡଳୀ ଯୋଗଦେଇ ନାମ ବୋଲି ଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ତଥା ବିଭିନ୍ନ ଅଞ୍ଚଳରେ ଜଗତକଲ୍ୟାଣ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହର ନାମଯଜ୍ଞ ଠାରୁ ଆରମ୍ଭ କରି ୭୨ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ଆଗ୍ରହର ସହକାରେ ସାମିଲ୍ ହୋଇ ସୁମଧୁର କଣ୍ଠରେ ବିଭିନ୍ନ ଶୈଳୀରେ ରାମନାମ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ହୃଦୟରେ ଦୀର୍ଘ ଦିନ ଧରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ଧରାକୋଟ ବ୍ଳକ ଅନ୍ତର୍ଗତ ଜଗମୋହନ ଗ୍ରାମର ଗୋପୀନାଥ ସ୍ୱାମୀ ନାମ ସଂକୀର୍ତ୍ତନ ମଣ୍ଡଳୀର ପୁରୁଖା ସଦସ୍ୟ ରବିନ୍ଦ୍ରନାଥ ସାହୁ ଏହି ନାମଯଜ୍ଞରେ ସାମିଲ୍ ହୋଇ ରାମନାମ ବୋଲୁଥିବା ବେଳେ ନାମପ୍ରେମୀମାନେ ଆଗ୍ରହର ସହକାରେ ତାଙ୍କ କଣ୍ଠରୁ ରାମନାମ ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍ଏସି ଅଧୀନସ୍ଥ ୯ ନମ୍ବର ୱାର୍ଡର ସୁନାମ୍ବ ସାହିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ପ୍ରତିଷ୍ଠା ମହୋତ୍ସବ ପାଳନ ଅବସରରେ ଗତ ଗୁରବାର ଠାରୁ ଚାଲଆସିିଥିବା ବିଭିନ୍ନ କାର୍ଯ୍ୟକ୍ରମ ଶନିବାର ନଗର କୀର୍ତ୍ତନ, ଯଜ୍ଞ ପୂର୍ଣ୍ଣାହୁତି, ନାମସମାପନ ଓ ଦଧିଯାତ୍ରା ପରେ ସଂପନ୍ନ ହୋଇଥିବା ଜଣାପଡିଛି ।


