ବଡ଼ଭାଇଙ୍କୁ ଆକ୍ରମଣ ଘଟଣା : ସାନଭାଇ ଓ ତାଙ୍କ ଶଳା ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ  ତଲାସିଂ ଗ୍ରାମରେ ପାରିବାରିକ ବିବାଦ କୁ ନେଇ ବଡ଼ଭାଇ ରୁନା ଙ୍କୁ ଆକ୍ରମଣ ଘଟଣାରେ ପୋଲିସ ରୁନା ଙ୍କ ସାନ ଭାଇ କୃଷ୍ଣ ଗୌଡ଼ ଏବଂ ତାଙ୍କ ଶଳା ସମୀର ଗୌଡ଼ ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୯୬/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଗୁରୁବାର  ରାତି ପ୍ରାୟ ୧୦ ଟାରେ ଗ୍ରାମର  ରୁନା ଗୌଡ ଓ ତାଙ୍କ ସ୍ତ୍ରୀ ଆଶାଲତା ଗୌଡ ଏବଂ ସାନଭାଇ କୃଷ୍ଣ ଗୌଡ ମିଶି ଘର ଭିତରେ ପାରିବାରିକ ସମସ୍ୟା ନେଇ କଥା ହେଉଥିବା ବେଳେ କୌଣସି କଥାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ  ଦୁଇଭାଇଙ୍କ ମଧ୍ୟରେ ଧସ୍ତା ଧସ୍ତିି  ହୋଇଥିଲା । ଏହାର କିଛି ସମୟ ପରେ ପୁଣି ସାନଭାଇ କୃଷ୍ଣ ଓ ତାଙ୍କ ଶଳା ସମୀର ଗୌଡ ଉଭୟ ମିଶି ରୁନାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ବାମୀଙ୍କୁ ଛଡ଼ାଇବାକୁ ଯାଇଥିବା ସ୍ତ୍ରୀ ଆଶାଲତାକୁ ମଧ୍ୟ ଦୁଇ ଅଭିଯୁକ୍ତ ଅସଦାଚରଣ କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଏହାପରେ ସାହି ପଡୋଶୀଙ୍କ ସହାୟତାରେ ରୁନା ଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଘଟଣାର ପରଦିନ  ରୁନାଙ୍କ ସ୍ତ୍ରୀ ଆଶାଲତା ଦିଗପହଣ୍ଡି ଥାନାରେ ଦିଅର କୃଷ୍ଣ ଓ ତାଙ୍କ ଶଳା ସମୀର ଙ୍କ ବିରୋଧରେ ଏତଲା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ