ବୃଦ୍ଧ ନିଖୋଜ: ଥାନାରେ ଅଭିଯୋଗ ଦେଲେ ପରିବାରବର୍ଗ
ବେତନଟୀ ( ଉଦିତ କୁମାର ପରିଡା) : ବେତନଟୀ ଥାନା ଅଧୀନ ଶୁଖିଲାହାର ସାମିଲ ମହୁଲିଆ ଇନ୍ଦିରାନଗର ସ୍କୁଲ ସମ୍ମୁଖ ନିଜ ବାସଭବନରେ ରାଧାମୋହନ ବାରିକ (ବୟସ ୭୪) ନିଜ ପରିବାର ସହ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିଲେ। ହେଲେ କିଛି ମାସ ତଳେ ସେ କୁଆଡେ ନିଖୋଜ ହୋଇଯାଇଥବା ନେଇ ବେତନଟୀ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତ ୩୧ ମାର୍ଚ୍ଚ ୨୦୨୫ ତାରିଖ ଦିନ ରାଧାମୋହନ ସକାଳେ ନିଜ ଘର ବାହାରେ ବସିଥିବା ସମୟରେ ହଠାତ କୁଆଡେ ଘରୁ ପଳେଇ ଯାଇଥିଲେ। ତାଙ୍କ ପରିବାର ଲୋକେ ତାଙ୍କୁ ଘର ପାଖା ପାଖି ଖୋଜା ଖୋଜି କରି କୁଆଡେ ବି ପାଇ ନଥିଲେ। ସେ ଯିବା ପୂର୍ବରୁ ଏକ ନାଲି ରଙ୍ଗର ଗାମୁଛା ଟିଏ ପିନ୍ଧିଥିଲେ। ତାଙ୍କର ଉଚ୍ଚତା ପ୍ରାୟ ୫ଫୁଟ ୨ ଇଞ୍ଚ ହେବ। ତାଙ୍କର ଦୁଇ ପୁଅ ଓ ଜଣେ ଝିଅ। ସେ ନିଖୋଜ ହେବା ପରେ ତାଙ୍କ ଘର ଲୋକ ୧୫ ଦିନ ଧରି ତାଙ୍କ ବନ୍ଧୁ ବାନ୍ଧବ, ସାଙ୍ଗ ସାଥିଙ୍କ ଘରେ ତାଙ୍କୁ ଖୋଜା ଖୋଜି କରିଥିଲେ। ହେଲେ କୁଆଡେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନଥିଲା। ଏଣୁ ତାଙ୍କ ସ୍ତ୍ରୀ ସରସ୍ବତୀ ବାରିକ (ବୟସ ୬୨) ୧୩/୪/୨୦୨୫ ତାରିଖ ଦିନ ବେତନଟୀ ଥାନାରେ ରାଧାମୋହନଙ୍କ ନିଖୋଜ ନେଇ ଏକ ଅଭିଯୋଗ ଦେଇଥିଲେ। ଘଟଣାକୁ ଅଢେଇ ମାସ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ତାଙ୍କ ପରିବାରଙ୍କ କହିବା ଅନୁସାରେ ସେ ଯଦି କୁଆଡେ ବାହାର ଅଞ୍ଚଳ କୁ ଅଜାଣତ ରେ ପଳେଇଥିବେ, ତାଙ୍କ ଫୋଟ ରୁ ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ପତ୍ତା ପାନ୍ତି ତାହେଲେ ତାଙ୍କ ପୁଅ ମୋବାଇଲ ନମ୍ବର ( ୭୨୦୦୯୯୨୨୩୦) ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।