ହାତୀ ଘୋଉଡାଇବା ହେଲା କାଳ: ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଞ୍ଚଳ ଅସନପାଟ ନିକଟସ୍ଥ ଗିଧିବାସ ମୁଣ୍ଡା ସାହି ହୁଡିରେ ଜଣେ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ବନ ବିଭାଗ ଠାରୁ ମିଳିଥିବା ସୂଚନା ରୁ ଜଣାଯାଏ ଯେ କିଛି ଦିନ ହେଲା ଉଖୁଣ୍ଡା ବନାଞ୍ଚଳ ରେ ଗୋଟିକିଆ ହାତୀ ରହି ଆସୁଥିଲା। ହାତୀ ପାଖକୁ ନ ଯିବା ପାଇଁ ବନ ବିଭାଗ ତରଫରୁ ଡାବବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା ସ୍ବତ୍ତ୍ବେ କିଛି ଅମାନିଆ ହାତୀ ପାଖକୁ ପଶି ଯାଉଛନ୍ତି। ଗୋଟିକିଆ ହାତୀଟି ଉଖୁଣ୍ଡା ବନାଞ୍ଚଳ ଗିଧିବାସ ମୁଣ୍ଡା ସାହି ହୁଡିରେ ଆଶ୍ରୟ ନେଇଥିଲା। ବନ ବିଭାଗ ବାରଣ ସତ୍ତ୍ୱେ ଅସନପାଟ ଢିପାସାହି ର ଭାଗବତ ନାଏକ ( ୩୫) ହୁଡି ଉପରକୁ ଚଢି ହାତୀ ନିକଟରେ ପହଞ୍ଚି ଯାଇଥିଲା।ହାତୀ ଶୁଣ୍ଢରେ ଧରି କଚାଡି ଦେବା ସହିତ ପଥର ସନ୍ଧିରେ ପକାଇ ପକାଇ ପାଦରେ ଦଳି ଦେଇଥିଲା ‌। ଘଟଣା ସ୍ଥଳରେ ହିଁ ଭାଗବତ ର ମୃତ ହୋଇଯାଇଥିଲା। ହାତୀ ଆକ୍ରମଣରେ ଭାଗବତ ର ମୃତ୍ୟୁ ହୋଇଥିବା ଖବର ପାଇ ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରୀୟା, ଉଖୁଣ୍ଡା ବନପାଳ ପ୍ରଦୀପ କୁମାର ବାରିକ,ବାଲିବନ୍ଧ ବନରଖି କିରାଣୀ ମହାରଣା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଧାର କରି ଚମ୍ପୁଆ ଉପଖଣ୍ଡର ଚିକିତ୍ସାଳୟକୁ ବ୍ୟବଛେଦ କରିବା ପାଇଁ ପଠାଇ ସହିତ ହାତୀ ଯେପରି ଅଧିକ କ୍ଷତି ନ କରିବ ସେଥିପାଇଁ ହାତୀ ରହିଥିବା ସ୍ଥାନରେ ବନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ହାତୀ ର ଗତିବିଧି ଲକ୍ଷ୍ୟ ରଖିଛନ୍ତି ବୋଲି ରେଞ୍ଜ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ