ହାତୀ ପଲଙ୍କ ଉପଦ୍ରବ, ଭାଙ୍ଗିଲେ ସ୍କୁଲ ପାଚେରୀ ଓ ଫାଟକ

ରାଇକିଆ (ଓ୍ବାଇଏନଏସ):କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରରେ ରଣବା ପଞ୍ଚାୟତର ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଗୋଟିଏ ପାଖ ପାଚେରୀ ଗେଟ୍ ଫାଟକ ଭାଙ୍ଗିରୁଜି ଦେଇଛନ୍ତି ହାତୀ ପଲ । ବିଦ୍ୟାଳୟ ଭିତରେ ପଶି ଗୋପବନ୍ଧୁ କକ୍ଷର ଲୁହା କବାଟକୁ ମଧ୍ୟ ହାତୀ ଧକା ମାରି ନଷ୍ଟ କରିଦେଇଛନ୍ତି ।ଗତ କିଛି ଦିନ ଧରି ହେବ କରଡା ବନ୍ୟାଞ୍ଚଳ ର ଏହି ସବୁ ଅପହଞ୍ଚ, ଘଞ୍ଚ ଜଙ୍ଗଲ ଇଲାକାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ହେଉଥିବା ଯୋଗୁଁ ଅନେକ ଲୋକଙ୍କ ଧାନ,ଫସଲ, ଘର ଭାଙ୍ଗି ନଷ୍ଟ ହୋଇଛି । ଏନେଇ ଲୋକେ ଭୟଭୀତ ହୋଇ ରହୁଛନ୍ତି । ଗତ ସପ୍ତାହ ରେ ଚାରି ଜଣ ଙ୍କ ଘର ନଷ୍ଟ କରିଥିଲେ ହାତୀ ପଲ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ