ମୁନିଗୁଡାରେ ଏମୋର୍ଜିଙ୍ଗ୍ ଟେକ୍ନୋଲୋଜି ତାଲିମ୍ ଶିବିର ଅନୁଷ୍ଠିତ
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲରେ ଓକାକ୍ ଇ ଏଣ୍ଡ ଆଇଟି ବିଭାଗ, ଓଡ଼ିଶା ସରକାର ଓ ଓକେସିଏଲ ଟ୍ରେନିଂ ପାଟନର୍ ତରଫରୁ ଛାତ୍ରଛାତ୍ରୀଙ୍କୁ ଏମୋର୍ଜିଙ୍ଗ୍ ଟେକ୍ନୋଲୋଜି ତାଲିମ୍ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରିନ୍ସପାଲ ଦୁଷ୍ମନ୍ତ ମାଝୀଙ୍କ ତତ୍ୱାବଧାନରେ ଓ ଓକେସିଲର ଡିଏଲସି ଲକ୍ଷ୍ମୀକାନ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ନନ୍ଦ କିଶୋର ପଟ୍ଟନାୟକ, ସିଆରସିସି ବାଲାଜୀ ପଟ୍ଟନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ରିବନ କାଟି ଶିବରକୁ ଉଦଘାଟନ କରିବା ସହ ସରକାରଙ୍କ ତରଫରୁ ଅନୁଷ୍ଠିତ ଏହି ଶିବିର ବିକଶିତ ଭାରତକୁ ଲଖ୍ୟରଖି କରାଯାଉଥିବା ବେଳେ ଆଜିକାଲି ଡିଜିଟାଲ ଯୁଗରେ ଏହାର ବହୁତ ଆବଶ୍ୟକତା ରହିଛି, ସମସ୍ତ ଛାତ୍ରଛାତ୍ରୀ ମାନେ ଏହି ଶିବିରର ଲାଭ ଉଠାଇବା ସହ ଭରପୁର ଜ୍ଞାନ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ,ଏହି ତାଲିମ୍ ଶିବିରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଆୟୋଟି ରବଟିକ୍ସ,ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଓ ସାଇବର ସିକ୍ୟୁରିଟି ଉପରେ ତାଲିମ୍ ନେଇଛନ୍ତି। ଏହି ତାଲିମ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଇଥିବା ବେଳେ ଏହା ଆଧୁନିକ ଜ୍ଞାନ କୌଶଳ ଯୋଗାଇଦେବା ସହ ଭବିଷ୍ୟତରେ ଏହା ଗୁରୁତ୍ବପୂର୍ଣ୍ଣ ଭୁମିକା ଯୋଗାଇଦେବ ବୋଲି ଆଶା ରଖିଛନ୍ତି । ଏହି ଶିବିରରେ ପ୍ରଶିକ୍ଷକ ଭାବେ ଓକାକର ଶିବାନନ୍ଦ ମହାଙ୍କୁଡଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ,ଏହି ତାଲିମ୍ ଶିବିରରେ ଓକେସିଲର ଡିଏଲସି, ତାଲିମ୍ ଦାତା ମାନଙ୍କ ସମେତ ସ୍କୁଲର ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀ, ସୁନିତା ପାଣି,ବିଜ୍ଞାନୀ ଗୌଡ଼, ଵାଣିଶ୍ରୀ ପଣ୍ଡା,ଜ୍ୟୋତି ନାଗ,ରଶ୍ମିରାଣୀ ସେଠୀ, ଏଲ.ଗୀତା,ଶିକ୍ଷକ ସୋମନ ଶବର,ଟଙ୍କଧର ମାଝୀ,ଅନିଲ ମଲିକ,ସାର୍ଥକ ଚୌଧୁରୀ, ଦୀପ୍ତିମାନ କାଡ୍ରାକା,ଦୟାନିଧି ଶବର, କର୍ମଚାରୀ ଚନ୍ଦନ ମାଣ୍ଡାଙ୍ଗୀ,ବନ୍ଦନା ବଳିୟାରସିଂ ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


