ଶକ୍ତି ବିଭିନ୍ନତା ସଚେତନତା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତୋରାଣି ପୋଖରୀ ହାଟ ପଡ଼ିଆ ଠାରେ,ଭାରତ ସରକାରଙ୍କ ଉପଭୋକ୍ତାଙ୍କ ମଙ୍ଗଳ ଓ ଆଇନ ପାଳନ କମିଶନଙ୍କ ସହାୟତାରେ ଶକ୍ତି ବିଭିନ୍ନତା ସଚେତନତା(Physical Handicapped Awareness) ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ମଇଦାନକେଲ କେନ୍ଦୁଝର ଦ୍ଵାରା ଅନୁଷ୍ଠିତ ହୋଯାଇଅଛି। ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତ ପରିଚାଳନା କରିଥିଲେ। କେନ୍ଦୁଝର ର ଅଧୀଷ୍ଟାତ୍ରୀ ଦେବୀ ମା ତାରିଣୀ ଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ଘ୍ୟ ପ୍ରଦାନ କରି ଅତିଥି ମାନେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ବରିଷ୍ଠ ତାଲିମ ଦାତା ଭକ୍ତ ବତ୍ସଳ ମହାନ୍ତି ସମ୍ବଳ ମାନବ ଭାବରେ ଯୋଗ ଦେଇ ୧୯ ଏପ୍ରିଲ ୨୦୧୭ ରୁ କାର୍ଯ୍ୟକାରୀ ହେଉଥିବା ବିକଳାଙ୍ଗ ବ୍ୟକ୍ତି ଙ୍କ ଅଧିକାର ଆଇନ ୨୦୧୬(RpwDAct-୨୦୧୬) ବିଭିନ୍ନ ଧାରା ଓ ଉପଧାରା ବିଷୟରେ ବୁଝାଇଥିଲେ।ଏହି ଆଇନ ରେ ୨୧ ପ୍ରକାର ବିକଳାଙ୍ଗ ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି,ତାହା ବର୍ଣ୍ଣନା କରିଥିଲେ।ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିପ୍ଳବ ସାମନ୍ତରାୟ, ସମ୍ମାନୀୟ ଅତିଥି ଭାବରେ ସମଗ୍ର ଶିକ୍ଷ୍ୟା ଅଭିଯାନରେ ଆଇ ଡି. କୋଡ଼ିନେଟର ଶ୍ରୀ ପିତବାସୁ ସାହୁ, ଅଧ୍ୟାପକ ଶ୍ରୀ ଅମିୟ ସାମନ୍ତରାୟ କେନ୍ଦ୍ର ସରକାରଙ୍କ ଓ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା ଯଥା ବାଣୀଶ୍ରୀ ଛାତ୍ରବୃତ୍ତି, ଭିନ୍ନକ୍ଷମ ଭତା, ମଧୁ ବାବୁ ପେନସନ ଯୋଜନା ଏବଂ UDID ପୋର୍ଟାଲ ବ୍ୟବହାର ତଥା ସାମାଜିକ ସୁରକ୍ଷା ଏବଂ ବିକଳାଙ୍ଗ ବ୍ୟକ୍ତି ସଶକ୍ତି କରଣ ବିଭାଗର କାର୍ଯ୍ୟକ୍ରମ ବୁଝାଇଥିଲେ।ସମ୍ବଳ ମାନବ ଶ୍ରୀ ଭକ୍ତ ମହାନ୍ତି ପ୍ରଶ୍ନ ଉତ୍ତର ମାଧ୍ୟମରେ UDID ପୋର୍ଟାଲ ବ୍ୟବହାର ର କୌଶଳ,ରାଜ୍ୟ ଓ କେନ୍ଦ୍ର ବିକଳାଙ୍ଗ କମିଶନ ଙ୍କ ଦାୟିତ୍ଵ ଓ ଭୂମିକା ବୁଝାଇଥିଲେ। ୫୮ ଜଣ ଭିନ୍ନକ୍ଷମ ଭାଇ ଭଉଣୀ ,୧୫୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ,ସ୍ଵେଚ୍ଛାସେବୀ ସଂଗଠନ ର ପ୍ରତିନିଧି,ପଞ୍ଚାୟତ ପ୍ରତିନିଧି, ଯୁବ ସଂଗଠନ ପ୍ରତିନିଧି ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।କେନ୍ଦୁଝର ଡେଭେଲୋପମେଣ୍ଟ ଟ୍ରଷ୍ଟ, ଅନ୍ତରୀକ୍ଷ ଫାଉଣ୍ଡେସନ, ନେସନାଲ ୟୁଥ୍ ଡେଭେଲୋପମେଣ୍ଟ ଫାଉଣ୍ଡେସନ,ସିନ୍ଦୂର ଗୌରୀ ବନ ଧନ ବିକାଶ କେନ୍ଦ୍ରର ଯୁବ ସେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସମ୍ପାଦକ ଶ୍ରୀ ରଣଜିତ୍ କୁମାର ମହାନ୍ତ,ଟ୍ରଷ୍ଟି ସୁଶାନ୍ତ କୁମାର ମହାନ୍ତ, କୋଷଧକ୍ଷ ଅଭିଳାଷ ମୁଣ୍ଡାରୀ,ସୁବାସ ମହାନ୍ତ, ମହେନ୍ଦ୍ର କୁମାର ମହାନ୍ତ ଓ ଲକ୍ଷ୍ମୀଧର ମହାନ୍ତ ଭିନ୍ନକ୍ଷମ ବ୍ୟକ୍ତି ଓ ଅତିଥି ମାନଙ୍କୁ କେନ୍ଦୁଝର ଜେଲ ତିଆରି ଗାମୁଛା,ଫୁଲହାର,ଛତା ଦେଇ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ଟ୍ରଷ୍ଟି ଶ୍ରୀ ତ୍ରିଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ନିକଟ ଭବଷ୍ୟତରେ ଜିଲ୍ଲାସ୍ତରୀୟ ବଡ଼ ଧରଣର ଭିନ୍ନକ୍ଷମ ମାନଙ୍କ ପାଇଁ କର୍ମଶାଳା ଆୟୋଜନ କରିବାକୁ ସ୍ଥିର କରାଗଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ