ରାଷ୍ଟ୍ରନିର୍ମାଣରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର (ଓ୍ବାଇଏନଏସ): ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସହ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ଓ ନୂତନ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା କାର୍ଯ୍ୟକ୍ରମ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତା ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପ ପରାମର୍ଶଦାତା ଅମୀୟ କୁମାର ଶତପଥି ଉଦ୍ୟୋଗକୁ ଆଧାର କରି କିପରି ଜଣେ ସଫଳ ବ୍ୟବସାୟ କରିପାରିବ, ନିଜ ନିର୍ମିତ ଦ୍ରବ୍ୟକୁ ବଜାରରେ ସଫଳ ଭାବେ ବିଜ୍ଞପିତ କରିବା ସହ ଆଜିର ସମୟରେ ବୈଷୟିକ ଜ୍ଞାନକୌଶଳ କୁ ବିନିଯୋଗ କରି ସଫଳତା ପାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ l ଓଡିଶା ଉଦ୍ୟୋଗୀ ପରିବାରର ପ୍ରତିଷ୍ଠାତା, ସଭାପତି ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରି କହିଥିଲେ ଯେ ଆଜିର ଯୁବପୀଢ଼ି ଚାକିରୀ ପଛରେ ନ ଗୋଡାଇ ନିଜ ଉଦ୍ୟମ ରେ ଉଦ୍ୟୋଗ ଆରମ୍ଭ କରନ୍ତୁ ଓ ଆମ ଏହି ଉଦ୍ୟୋଗୀ ପରିବାର ସମସ୍ତ ପ୍ରକାର ସହଯୋଗ କରିବା ସହିତ, ସେମାନଙ୍କ ସମ୍ମାନ, ସୁରକ୍ଷା ସହିତ ସେମାନଙ୍କ ଦ୍ରବ୍ୟ କିପରି ଅଧିକ ବିକ୍ରି ହୋଇ ପାରିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ଓ ଆଗକୁ ଅଧିକରୁ ଅଧିକ ଉଦ୍ୟୋଗ ସୃଷ୍ଟି କରିବା ସହିତ, ଜଣେ ଏ ଦିଗରେ ଆଗ୍ରହ ପ୍ରକାଶ କଲେ ଆମ ଶିଳ୍ପର ବିକାଶ ହେବା ସହିତ ରାଷ୍ଟ୍ର ନିର୍ମାଣ ରେ ଅଧିକ ଭାଗିଦାରୀ ହୋଇ ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ l ସରକାର ମଧ୍ୟ ଉଦ୍ୟୋଗୀ ଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିଛନ୍ତି l ଉକ୍ତ ସମ୍ମିଳନୀ ରେ ବହୁ ଉଦ୍ୟୋଗୀ ଉପସ୍ଥିତ ରହିବା ସହ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ସଫଳ ଉଦ୍ୟୋଗୀ ଭାବେ ବି. ପି ସିଂଙ୍କ ସହିତ ଅନ୍ୟ କିଛି ଉଦ୍ୟୋଗୀ ଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ବହୁ ଯୁବ ଉଦ୍ୟୋଗୀ, ଶିଳ୍ପପତି ଉପସ୍ଥିତ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ