ବିଶ୍ୱ ଋତୁଶ୍ରାବ ସ୍ୱଛତା ଦିବସ
ୟୁନିସେଫ, ୟୁଥ ଫର. ୱାଟର ପ୍ଲସ ଓ ମେ ଆଇ ହେଲ୍ପ ୟୁ ତରଫରୁ ସ୍ଥାନୀୟ ସହଦେବଖୁନ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ଋତୁଶ୍ରାବ ସ୍ୱଛତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ସମାଜସେବୀ ଉଵାଚକ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ା ଅସିତ ପ୍ରଧାନ ଯୋଗ ଦେଇ ଋତୁଶ୍ରାବ ସମୟରେ ପରିଚ୍ଛନତା, ହାତଧୁଆ,ସାନିଟାରୀ ପ୍ୟାଡ଼ ର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ. ଅନ୍ୟତମ ଅତିଥି ମହିଳା ସ୍ଵାସ୍ଥ୍ୟ କର୍ମି ଅର୍ପିତା କର ଓ ଆଇସିଡିଏସ ସୁପରଭାଇଜର ଶୁଭଶ୍ରୀ ଦାଶ ଋତୁସ୍ରାବ ସମ୍ପର୍କିତ ଅନ୍ଧବିଶ୍ୱାସ ଓ କୈସର ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।ସ୍ଵର୍ଣ୍ଣଲତା ଘୋଷ,ଅନୁପମା ଦଶ ,ଜୟନ୍ତି ବିଶ୍ୱାଳ ଓ ସ୍ଵର୍ଣ୍ଣପ୍ରଭା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


