ପରିବେଶ ସଚେତନତା ସାଇକେଲ ଶୋଭାଯାତ୍ରା
କେନ୍ଦୁଝର (ପୁର୍ଣ୍ଣଚନ୍ଦ୍ର ମହାନ୍ତ): ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଂଚଳିକ କାର୍ଯ୍ୟାଳୟ କେନ୍ଦୁଝର ଏବଂ ରୋଟାରୀ କ୍ଲବ କେନ୍ଦୁଝର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରିବେଶ ସଚେତନତା ସାଇକେଲ ଶୋଭାଯାତ୍ରାରେ ରୋଟାରୀ କ୍ଲବର ସଦସ୍ୟ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ବହୁ ଯୁବକ ଯୁବତୀ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡି ଯୋଗ ଦେଇ ସାଇକେଲ ଶୋଭାଯାତ୍ରାକୁ ଶୁଭାରମ୍ଭ କରି ବିଶ୍ୱ ପରିବେଶ ଦିବସ ୨୦୨୫ର ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କର ଉଦ୍ୟମ ଏବଂ ଯୋଗଦାନ ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପ୍ଲାଷ୍ଟିକ ର ଅପବ୍ୟବହାର ଏବଂ ଜୀବଜଗତ ସହ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ବିନାଶକାରୀ ପ୍ରଭାବକୁ ମୂଳପୋଛ କରିବାର ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରିବାକୁ କହିଥିଲେ । ରୋଟାରୀ କ୍ଲବର ଇଂ ଦେବବ୍ରତ ସ୍ୱାଇଁ ପ୍ଲାଷ୍ଟିକ ପ୍ରଦୂଷଣ ବର୍ତ୍ତମାନ ଆମ ପାଇଁ ଏକ ଆହ୍ୱାନ ଭାବରେ ଛିଡା ହୋଇଛି । ଯାହା ଆମ ପରିବେଶ, ଜୀବନ-ଜୀବିକା ଏବଂ ବିକାଶକୁ ପ୍ରଭାବିତ କରୁଛି ଏବଂ ପ୍ଲାଷ୍ଟିକ ଉତ୍ପାଦନ ଏବଂ ବ୍ୟବହାର ରୋକିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କେନ୍ଦୁଝର ସହର ଲାବଣ୍ୟଛକଠାରୁ ସାଇକେଲ ଶୋଭାଯାତ୍ରା ବାହାରି ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରେ ଶେଷ ହୋଇଥିଲା । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ସମାଗ୍ରୀର ବ୍ୟବହାର ବନ୍ଦ କରିବା,ପୁନଃ ବ୍ୟବହାର ଯୋଗ୍ୟ ବ୍ୟାଗ ବ୍ୟବହାର କରିବା,ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା,ପରିବେଶ ସଫା ରଖିବା,ବୃକ୍ଷରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା ଆଦି ଉପରେ ପ୍ଲାକାର୍ଡ ଧରି ସାଇକେଲ ଶୋଭାଯାତ୍ରାକାରୀମାନେ ସଚେତନତା ସୃଷ୍ଟି କରିଥିଲେ । ଡିଏଫ୍ଓ ଧନରାଜ ଏଚ୍ଡି,ସହକାରୀ ପରିବେଶ ବୈଜ୍ଞାନିକ ଇଂ ଇପ୍ସି ଗିରି,ଆଇନଜୀବି ସନ୍ଦୀପ କୁମାର ପଟ୍ଟନାୟକ,ଡାକ୍ତର ଶ୍ରୀକାନ୍ତ ସୋରେନ,ସମାଜସେବୀ ପ୍ରଦୀପ ବେହେରା,ବିପ୍ଲବ ବ୍ରହ୍ମ,ରୋଟାରୀୟାନ ଇଂ ଦେବବ୍ରତ ସ୍ୱାଇଁ,ପ୍ରଶାନ୍ତ କୁମାର ସ୍ୱାଇଁ,ଅମୀୟ ବେହେରା,ଇଂ ସୁରେଶ ଚନ୍ଦ୍ର ଖାଟୋଇ,ମହେଶ ଚାୱଡା,ଗଜେନ୍ଦ୍ର ବେହେରା,ଦୀପକ ନାୟକ,ପ୍ରଭାତ ଭୂୟାଁ,ବିଜୟନାଥ କାପୁର,ଉମେଶ ଦେହୁରୀ,ସତ୍ୟବ୍ରତ ପଣ୍ଡା,ରବିନ୍ଦ୍ର ପ୍ରଧାନ,ଜୟଦୀପ ସ୍ୱାଇଁ,ଅକ୍ଷୟ ସାହୁ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଆଂଚଳିକ କାର୍ଯ୍ୟାଳୟ କେନ୍ଦୁଝରର କର୍ମଚାରୀ ସନ୍ତୋଷ କୁମାର ନାୟକ,ଲୁଲୁ ନାୟକ,ସତ୍ୟ ନାରାୟଣ ଦାସ,ଶୁଭମ ବେହେରା,ପ୍ରମୋଦ ଦାସ ପ୍ରମୁଖ ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।