ଓଡିଶାର ରାଜ୍ୟପାଳଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କଲେ ୟୁରୋ ସ୍କୁଲ ଅଧ୍ୟକ୍ଷ
ଛତ୍ରପୁର (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ଓଡିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ଙ୍କ ସହିତ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଇନଜୀବୀ ତଥା ଛତ୍ରପୁର ୟୁରୋ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ମହପାତ୍ର ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶାର ରାଜ୍ୟପାଳଙ୍କ ସହିତ ୪ ଜଣ ନାଗରିକ ସମାଜଙ୍କ ସହିତ ସ୍ୱତନ୍ତ୍ର ଆଲୋଚନାର କାର୍ଯ୍ୟକ୍ରମ ରହିଥିଲା । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଗୋପାଳପୁର ସ୍ୱତନ୍ତ୍ର ସର୍କିଟ ଗୃହ ଠାରେ ରାଜ୍ୟପାଳ ଡଃ ହରିବାବୁ କୁମ୍ଭମପତି ଙ୍କ ସହିତ ୟୁରୋ ସ୍କୁଲର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସରକାରୀ ସ୍କୁଲ ଗୁଡିକରେ ଗଣିତ ଓ ଇଂରାଜୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତା କିପରି ବିକାଶ ପାଇପାରିବ, ଜିଲ୍ଲାର ଉପକୂଳବର୍ତୀ ଜନବସତି ଅଂଚଳ ଏବଂ ଚାଷଜମିକୁ ଗୁଡିକରେ ଲୁଣି ପାଣି ଯୋଗୁଁ ପିଇବା ଓ ଚାଷ କ୍ଷେତ୍ରରେ ସମସ୍ୟା ଘଟୁଛି । ଏଣୁ ସମୁଦ୍ର ପାଣିକୁ ବିଶୁଦ୍ଧ କରି ଜଳଯୋଗାଣ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବା, ଜିଲ୍ଲାରେ ବହୁ ସଂଖ୍ୟାରେ ମତ୍ସ୍ୟଜୀବୀ ପରିବାର ତଥା ଗାଁ ରହିଛି ସେମାନଙ୍କ ଜୀବନ ଜୀବିକା କ୍ଷେତ୍ରରେ ଉତମ ମାଛମରା ଜେଟି ନିର୍ମାଣ କରାଯିବା କ୍ଷେତ୍ରରେ ପଦକ୍ଷେପ ନେବା । ଏଥିସହ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଡିଆରଡିଏ ଛକ ଓ କଲେଜ ଛକ ଜାତୀୟ ରାଜପଥ ଠାରେ ଫ୍ଲାଏଓଭର ନିର୍ମାଣ କରାଗଲେ ଦୈନିକ ଦୁର୍ଘଟଣାରୁ ଜନସାଧାରଣ ବର୍ତିପାରିବେ । ଏହି ଦୁଇଛକ ଜାତୀୟ ରାଜପଥ ଦେଇ ଦୈନିକ ଛାତ୍ରଛାତ୍ରୀଙ୍କ ଠାରୁ ହଜାର ହଜାର ଲୋକଙ୍କ ଯାତାୟତ ହୋଇଥାଏ । ଜାତୀୟ ରାଜପଥ ଦେଇ ୩ ଟି ବଡ ବଡ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ କାରଖାନା ରହିଛି । ଏଣୁ ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ଦୁଇଟି ସ୍ଥାନରେ ଫ୍ଲାଏଓଭର ନିତାନ୍ତ ଆବଶ୍ୟକ ରହିଛି । ସେହିପରି ଓଡିଶା ସରକାର ନିକଟରେ ଶୁଭାରମ୍ଭ କରିଥିବା ଆୟୁଷ୍ମାନ ଯୋଜନାରେ ଜନସାଧାରଣ କିପରି ସଠିକ୍ ଭାବେ ଉପକୃତ ହୋଇପାରିବେ ଯଥା- ଆୟୁଷ୍ମାନ୍ କାର୍ଡରେ ଚିକିତ୍ସା ବେଳେ ଓଟିପି ସମସ୍ୟାରୁ ନିବୃତ ଏବଂ କେସ୍ ଲେସ୍ ବ୍ୟବସ୍ଥା କରାଗଲେ ରୋଗୀ ତଥା ରୋଗୀ ସଂପର୍କୀୟ ଉପକୃତ ହୋଇପାରିବେ ବୋଲି ୟୁରୋ ସ୍କୁଲର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ରାଜ୍ୟପାଳଙ୍କ ସହିତ ଆଲୋଚନା ବେଳେ ଉପରୋକ୍ତ ବିଷୟକୁ ନେଇ ପ୍ରସ୍ତାବ ରଖିଥିଲେ । ଏହାସହିତ ଆଉ ୩ ଜଣ ନାଗରିକ ସମାଜ କାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ, ଅରୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଲୋକନାଥ ମିଶ୍ର ଏବଂ ଗ୍ରାମ୍ୟ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ପ୍ରବନ୍ଧକ ଶରତ ଚନ୍ଦ୍ର ମହାନ୍ତି ମଧ୍ୟ ରାଜ୍ୟପାଳଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ ।


