ସର୍ବସାଧାରଣ ରାସ୍ତାକୁ ନିଜ ଜମି ଦର୍ଶାଇ ରାସ୍ତା ଖୋଳିବାକୁ ନେଇ ଉତେଜନା

 ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଜନୈକ ବ୍ୟକ୍ତି ନିଜ ଜମିରେ ରସ୍ତା ଆସିଥିବା ଦର୍ଶାଇ ରାସ୍ତା ଖୋଳିବା ଭଳି ଘଟଣାରେ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଘର ମାଲିକ ପାଚେରୀ କରିବା ଲକ୍ଷ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବସାଧାରଣ ରାସ୍ତାକୁ ଖୋଳିବାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଘର ମାଲିକ ରାସ୍ତାଟି ତାଙ୍କ ପଟ୍ଟାଭୁକ୍ତ ଜମିରେ ଆସିଥିବା କହୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଘଟଣାକୁ ନେଇ ଆନନ୍ଦପୁର ପୁଲିସ ଘଟଣାସ୍ତଳରେ ପହଞ୍ଚିବା ସହିତ ପାଚେରୀ ପାଇଁ ହେଉଥିବା ରାସ୍ତାଖୋଳା କାର୍ଯ୍ୟକୁ ବନ୍ଦ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଜମି ମାପଚୁପ କରିବା ଆସିଥିଲେ ବି ପାଟିତୁଣ୍ଡ ଓ ଉତେଜନା ପ୍ରବଣ ପରିସ୍ଥିତିକୁ ନେଇ ରାସ୍ତା ମାପଚୁପ ହୋଇପାରିନାହିଁ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବା କୁ ଗ୍ରାମବାସୀ ଦାବି ଜଣାଇଛନ୍ତି । ସୂଚନା ଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସମୟରେ ସଠିକ୍ ଭାବେ ସରକାରୀ ଜମି ଚିହ୍ନଟ କରାଯାଇ ରାସ୍ତା ପ୍ରସ୍ତୁତ କରିଥିବା ବେଳେ ଏହା ରାସ୍ତା କିପରି ବ୍ୟକ୍ତିଗତ ମାଲିକାନାରେ ରହିଲା ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ରାସ୍ତା ଖୋଳା ଯାଇ ପାଚେରୀ ନିର୍ମାଣ କରାଯିବା ଉଦ୍ୟମ ଯୋଗୁଁ ସର୍ବସାଧାରଣ ରାସ୍ତା କ୍ରମଶଃ ସଂଙ୍କୁଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଘଟଣା ଦିଗରେ ଉପଯୁକ୍ତ ମାପଚୁପ କରା ଯାଇ ରାସ୍ତାର ସ୍ଥାନ ଚିହ୍ନଟ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ରାଜସ୍ୱ ନୀରିକ୍ଷକଙ୍କ କହିବା ଅନୁଯାୟୀ ଏହି ନିର୍ମାଣ କାର୍ଯ୍ୟରେ ବିବାଦୟ ପରିସ୍ଥିତି ସୃଷ୍ଟି ହୋଇଥ‌ିବା ବେଳେ ଜମି ମାପଚୁପ କାର୍ଯ୍ୟ ସଠିକ ଭାବେ ଶେଷ ହୋଇନାହିଁ । ଫଳରେ ରାସ୍ତା ଖୋଳୁଥିବା ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟବନ୍ଦ ରଖିବାକୁ କୁହା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ