ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତି

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ  ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁର ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି।  ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ ପଞ୍ଚମୀ ତିଥି ରେ ମନ୍ଦିର ନିକଟରେ  ଶୁଭଖମ୍ବ ସ୍ଥାପନ କରାଯାଇଛି।ପୁରୋହିତ ଜ୍ୟୋତିରାଜ ଦାସ ରବି କୁମାର ଶର୍ମା ଙ୍କ ଉପସ୍ଥିତିରେ କର୍ତ୍ତା ଭାବେ ଏମ. ନାଗେଶ୍ଵର ପୂଜାର୍ଚ୍ଚନା କରିଥିଲେ। ବି. ତ୍ରିନାଥ ରେଡ୍ଡୀ, ସମୀର ରେଡ୍ଡୀ, ସନ୍ତୋଷ ରେଡ୍ଡୀ,  ନାରାୟଣ ନାୟକ, ସରୋଜ ପାତ୍ର, ଶଙ୍କର ସୁବୁଦ୍ଧି, ମହେଶ୍ଵର ବେହେରା, ଚିନ୍ତାମଣି ଡାକୁଆ ଙ୍କ ସମେତ ପଦ୍ମନାଭପୁର ଓ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଆସନ୍ତା ୨୩ ରୁ ୨୬ ଯାଏଁ ୪ ଦିନବ୍ୟାପୀ ପଣ୍ଡିତ ପ୍ରସନ୍ନ ଦାସ ଶର୍ମା ଙ୍କ ପୋରୋହିତ୍ୟ ରେ ନାମଯଜ୍ଞ,ଘୃତଯଜ୍ଞ ଓ ଅନ୍ନଯଜ୍ଞ  ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମହାଯଜ୍ଞ ରେ ବିଭିନ୍ନ ଅଞ୍ଚଳରୁ ଆସିବାକୁ ଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ