ଦାଦନ ଶ୍ରମିକ ନିଖୋଜ ଶ୍ରମ ଅଧିକାରୀଙ୍କୁ ଭେଟିଲେ ପରିବାର
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପାଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖୋଜ ଥିବା ନେଇ ବିଭାଗୀୟ ଶ୍ରମ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି। ଆଜକୁ ପ୍ରାୟ ୫ମାସ ହେବ ଆନ୍ଦ୍ରପ୍ରଦେଶ ରାଜ୍ୟ କାକିନାଡ଼ା ଜିଲ୍ଲା -ସାମଲାକଟା ଗ୍ରାମ ନିକଟସ୍ଥ ଏନାମ ଗ୍ରାମକୁ ଫାଇଲ ( ପିଲର କଣ୍ଟ୍ରାକ୍ସନ ) କାର୍ଯ୍ୟ କରିବାକୁ ଠିକାଦାର ମହେଶ ଙ୍କ ପାଖକୁ ପହଁଚି ଥିଲେ। ପହଞ୍ଚିବା ପରେ ସେଠାରୁ ଉକ୍ତ ପାଞ୍ଚଜଣ ଙ୍କୁ ଅଲଗା ଅଲଗା କଣ୍ଟ୍ରାକ୍ସନ କାର୍ଯ୍ୟ କ୍ଷେତ୍ରକୁ କାମ କରିବାକୁ ପଠେଇଥିଲେ। ଯାହାଫଳରେ ଉଭୟ ପାଞ୍ଚ ଜଣ ଅଲଗା ଅଲଗା କାମ ସାଇଟରେ କାମକରିବାକୁ ଯାଇଥିଲେ। ସେହି ଠିକାଦାର ଙ୍କ କହିବା ଅନୁଯାୟୀ ୩ମାସ ହେବ ୫ଜଣ ଶ୍ରମିକ ଙ୍କୁ ଅଲଗା ଅଲଗା ରଖୀ କାମ କରାଇ ଆସୁଥିଲେ। ଅଭି ହୁଇକା, ରାଜୀବଲୋଚନ ଗୁରୁ, ବାଡ଼ୁ ନାରାୟଣ, ଜଗୁ କାଡ୍ରାକା, ଙ୍କୁ ୩ ମାସର ଦରମା ଦେଇ ନିଜଗ୍ରାମକୁ ଫେରିଯିବାକୁ କହିଥିଲେ। ଉକ୍ତ ୪ ଜଣ ଯିବୁ ଯେ ସାର ଆମର ବୁଡ଼ାଭାଇ ହିକକା ଜେନା ଜଣକ କେଉଁଠି କାମ କରୁଛି ତାଙ୍କୁ ମଧ୍ୟ ନେଇକି ଯିବୁ କହିବାରୁ ଠିକାଦାର ମୁଁ ତାକୁ ତାର ସାଇଟ କାମ ସରିଲେ ପେମେଣ୍ଟ କରିକି ପଠେଇବି କହିଥିଲା। ସେହିଠାରୁ ଉଭୟ ୪ଜଣ ନିଜ ଗ୍ରାମକୁ ଫେରିଥିଲେ। ସେହି ଚାରି ଜଣ ଫେରିବା ଦେଖି ସ୍ତ୍ରୀ ସିଙ୍ଗାରି ହିକକା ପଚାରି ବୁଝିଥିଲେ ଓ ଠିକାଦାର ଙ୍କୁ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିଥିଲେ କିନ୍ତୁ ଠିକାଦାର ସଂଯୋଗରେ ଆସିନଥିଲେ। ଗାଁ ରେ ପରିବାର ଅସ୍ତବ୍ୟସ୍ତ ହୋଇଚାରି ଜଣକୁ ପଚାରିଥିଲେ । ନିଖୋଜ ବ୍ୟକ୍ତିଙ୍କୁ ଫେରସ୍ତ ନିମନ୍ତେ ରାୟଗଡା ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶ୍ରମ ଅଧିକାରୀ ତ୍ରିପାଠୀ କହିବା ଅନୁଯାଇ ଉକ୍ତ ବିଷୟରେ ମୋ ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆପଣ ମାନଙ୍କୁ ଜଣେଇବି ବୋଲି ପ୍ରତିଶୃତି ଦେଇଛନ୍ତି। ସରକାର ଖଟିଖିଆ,ମୁଲିଆ, ଲେବର, ଶ୍ରମିକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଅଞ୍ଚଳର ବିକାଶ ନିମନ୍ତେ ବ୍ୟୟ କରୁଥିବା ବେଳେ ଅଞ୍ଚଳରେ କୌଣସି କାମ ନ ପାଇ ଶ୍ରମିକ ମାନେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନେ କିଏ ପ୍ରାଣ ହରେଇ ଶବ ହୋଇ ଫେରୁଛିତ କିଏ ନିଖୋଜ ହେଉଛି,ଏଥିପ୍ରତି ସରକାର ଦାୟୀ ବୋଲି ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।