ଭଞ୍ଜନଗରର ପାଇଁ ଗୌରବ ଆଣିଲେ ସାଇଶ୍ରୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଚଳିତ ବର୍ଷ ଦଶମ ଶ୍ରେଣୀ ର ପରୀକ୍ଷା ଫଳ ପ୍ରକାଶ ପାଇଛି ଓ ଏଥିରେ ଝିଅ ମାନଙ୍କ ସଫଳତା ହାର ସର୍ବାଧିକ ରହିଛି । ଭଞ୍ଜନଗର ର ଦିନ ବନ୍ଧୁ ବେହେରା ବାଳିକା ସରକାରୀ ବିଦ୍ୟାଳୟ ଛାତ୍ରୀ ସାଇ ଶ୍ରୀ ମହାନ୍ତି ୯୧ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଭଞ୍ଜନଗର ଭେଜିପୁଟ ସୁରେନ୍ଦ୍ର ମହାନ୍ତି ଓ ବିନ୍ଦୁ ଲତା ମହାନ୍ତି ଙ୍କ କନ୍ୟା ସାଈଶ୍ରୀ।ଝିଅ ର ସଫଳତା ପଛରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଭେଜିପୁଟ ମୁଖ୍ୟ ରାସ୍ତା ରେ ଥିବା ଶ୍ରୀ ଟିୟୁଟୋରିଆଲ ର ମୁଖ୍ୟ ଦିଲ୍ଲୀପ ବିଷୋୟୀ ଙ୍କ ସହ ସମସ୍ତ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଶ୍ରୀ ଟିୟୁଟୋରିଆଲ ର ଶିକ୍ଷକ ମାନଙ୍କ ପ୍ରଚେଷ୍ଟା ସହ ଅନୁଷ୍ଠାନ ର ପଢ଼ାଇବା ଶୈଳୀ ଭିନ୍ନ ଥିବା ଯୋଗୁଁ ଆଜି ସଫଳତା ପାଇଛନ୍ତି ବୋଲି ସାଇଶ୍ରୀ ଙ୍କ ପରିବାର କହିଛନ୍ତି।ସୂଚନାଯୋଗ୍ୟ ଯେ ସାଇଶ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ସମୟରେ ଠିକ ନ ଥିବାସତ୍ତ୍ୱେ ଭଲ ନମ୍ବର ରଖି ଥିବା ଯୋଗୁ ଶ୍ରୀ ଟିୟୁଟୋରିଆଲ ମୂଖ୍ୟ ଦିଲ୍ଳୀପ ବିଷୋୟୀ ଶୁଭେଛା ଜଣାଇଥିଲେ।ଦୀର୍ଘ ଦିନ ଧରି ଶ୍ରୀ ଟିୟୁଟୋରିଆଲ ଉତ୍ତମ ଶିକ୍ଷା ଯୋଗାଇ ଆସିଛି ଓ ଆଗକୁ ମଧ୍ୟ ସାଈଶ୍ରୀ ଭଳି ଛାତ୍ରୀ ଗଢିବା ପାଇଁ ଆଶା ରଖିଛନ୍ତି। ସାଇ ଶ୍ରୀ ଙ୍କ କହିବା ଅନୁସାରେ ଆଗକୁ ସେ ଭଲରେ ପଢାପଢି କରି ସିଭିଲ ସର୍ଭିସ କରିବା ଇଛା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ